ଗ୍ରୀଷ୍ମ ନଆସୁଣୁୁ ଜଳୁଛି ଜଙ୍ଗଲ: ବାଙ୍କୀ ପାଥପୁର ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ନଷ୍ଟ

52

କନକ ବ୍ୟୁରୋ: ଗ୍ରୀଷ୍ମ ଆରମ୍ଭରୁ ଜଳୁଛି ଜଙ୍ଗଲ । ରାଜ୍ୟର ଅଧିକାଂଶ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିବାର ଚିତ୍ର ଏବେ ସାମ୍ନାକୁ ଆସୁଛି । କିଛି ଦିନ ତଳେ ଆମେ ଉଦଳା ଏବଂ କୁଲଡହା ଅଭୟାରଣ୍ୟରେ ନିଆଁ ଲାଗିବାର ଖବର ପରିବେଶଣ କରିଥିଲୁ । ଆଉ ଆଜି ବାଙ୍କି ଅଂଚଳର ଏକ ଜଙ୍ଗଲରେ ନିଆଁ ଲାଗିବାର ଚିତ୍ର ସାମ୍ନାକୁ ଆସିଛି । ବାଙ୍କୀ ପାଥପୁର ପଂଚାୟତର ଚକୁଳେଶ୍ୱର ନିକଟସ୍ଥ ପାନେଇଗଡ଼ାର ଏକ ଜଙ୍ଗଲରେ ନିଆଁ ଲାଗିଛି । ହୁତୁ ହୁତୁ ହୋଇ ଗଛ ଗୁଡ଼ିକ ଜଳିଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକେ ଜଙ୍ଗଲ ଜଳୁଥିବା ଦେଖି ଡମପଡ଼ା ଅଗ୍ନିଶମ କର୍ମଚାରୀଙ୍କୁ ଜଣାଇଥିଲ । ସେଠାରେ ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଇବା କାମ ଜାରି ରଖିଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ କେହି ଦୁର୍ବୃତ ଜାଣିଶୁଣି ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି ।