‘ହିଣ୍ଡେନବର୍ଗ’ ଝଡ଼ ଭିତରେ ଆଦାନୀଙ୍କ ବଡ ନିଷ୍ପତି, ଆଇନ ଲଢେଇ ପାଇଁ ଆମେରିକାର ୱାଚଟେଲ ଲିଗାଲ ଫାର୍ମକୁ ଦେଲେ ଦାୟିତ୍ୱ

147

କନକ ବ୍ୟୁରୋ : ଆଜିକାଲି ବେଶ ଚର୍ଚ୍ଚାରେ ରହିଛି ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ଓ ଆମେରିକା ରିସର୍ଚ୍ଚ କମ୍ପାନୀ ହିଣ୍ଡେନବର୍ଗ । ଯେବେଠୁ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇଛି ସେବେଠୁ ଉଠୁଛି ପଡୁଛି ଭାରତ ଓ ଧନୀ ତାଲିକାରେ ତଳକୁ ତଳ ଖସୁଛନ୍ତି ଗୌତମ ଆଦାନୀ । ଏହା ଭିତରେ ଆଦାନୀ ହିଣ୍ଡେନବର୍ଗ ବିରୋଧରେ ଆଇନ ଲଢ଼ିବା ନେଇ ବଡ ନିଷ୍ପତି ନେଇଛନ୍ତି । ହିଣ୍ଡେନବର୍ଗ ରିପୋର୍ଟ ବିରୋଧରେ କମ୍ପାନୀକୁ କାଠଗଡ଼ାକୁ ଟାଣିବାକୁ ଆମେରିକାର ସବୁଠୁ ଦାମୀ ଓ ଲୋକପ୍ରିୟ ଲିଗାଲ ଫାର୍ମକୁ ସେ ନିଯୁକ୍ତ କରିଛନ୍ତି । ଆସନ୍ତୁ ଜାଣିବା ହିଣ୍ଡେନବର୍ଗ ବିରୋଧୀ ଲଢେଇ ପାଇଁ ଆଦାନୀ ବାଛିଥିବା ଲିଗାଲ ଫାର୍ମ
ୱାଚ୍ଟେଲ କଣ?

ଆଦାନୀ-ହିଣ୍ଡେନବର୍ଗ ଲଢ଼େଇ ଲଢ଼ିବ ‘ୱାଚଟେଲ’

• ବିବାଦୀୟ ଆଇନ ଲଢ଼େଇ ପାଇଁ ‘ୱାଚ୍ଟେଲ’ର ବେଶ ନାଁ ରହିଛି
• ପୂରା ଦୁନିଆରେ ବେଶ ଲୋକପ୍ରିୟ ଏହି ଲିଗାଲ ଫାର୍ମ
• ଜଟିଳ ଓ ବିବାଦୀୟ କେସ୍ ଲଢ଼ିବାରେ ମାହିର ୱାଚ୍ଟେଲ୍
• ୨୦୨୨ ମସିହାରେ ଟ୍ୱିଟର କିଣାବିକା ମାମଲାକୁ ଲଢିଥିଲା ୱାଚଟେଲ ।
• ଟ୍ୱିଟର ଓ ଏଲନ ମସ୍କଙ୍କ ଭିତରେ ୪୪ ଅରବ ଡଲାରକୁ ନେଇ ହୋଇଥିଲା ବଡ ବିବାଦ
• ଏହି ସମୟରେ ଟ୍ୱିଟରର ପୁରୁଣା ମାଲିକଙ୍କ ପାଇଁ ମାମଲା ଲଢ଼ିଥିଲା ୱାଚଟେଲ
• ଡେଲୋବେୟର କୋର୍ଟରେ ମାମଲା ଲଢି ଏଲନ ମସ୍କଙ୍କୁ ସବୁ ଅର୍ଥ ରାଶି ଦେବାକୁ ବାଧ୍ୟ କରିଥିଲା ଏହି ଲିଗାଲ ଫାର୍ମ
• ଟେସଲା ଓ ସୋଲାର ସିଟିର ୨.୬ ବିଲିୟନ ଡଲାର ବିବାଦୀୟ ମାମଲା ଲଢି ଜିତିଥିଲା ୱାଚଟେଲ୍

ଲିଗାଲ ଫାର୍ମ ସହ ଯୋଗାଯୋଗ କରିବା ପୂର୍ବରୁ ଆଦାନୀ ଗ୍ରୁପ ନ୍ୟୁୟର୍କ ୱାକ୍ଟେଲ, ଲିପ୍ଟନ, ରୋସେନ, ଓ କାଟ୍ଜ ପରି ଲ ଫାର୍ମର ବରିଷ୍ଠ ଆଇନଜୀବୀଙ୍କ ସହ ଯୋଗାଯୋଗ ରହିଛନ୍ତି । ସୂଚନା ଅନୁସାରେ ଆଦାନୀ ଗ୍ରୁପର ମୁଖ୍ୟ ପରାମର୍ଶଦାତା ସିରିଲ ଅମରଚଚାନ୍ଦ ମଙ୍ଗଳଦାସ ଲ ଫାର୍ମ ୱାଚ୍ଟେଲ ସହ ସର୍ମ୍ପକ କରିଥିଲେ ଓ କେସ ଲଢିବା ପାଇଁ ଆଲୋଚନା କରିଥିଲେ । ସିରିଲି ମଙ୍ଗଳଦାସଙ୍କ ଝିଅକୁ ବିବାହ କରିଛନ୍ତି ଆଦାନୀଙ୍କ ପୁଅ ।

୧୯୬୫ ମସିହାରେ ‘ୱାଚଟେଲ ଲିପ୍ଟନ୍’ର ପ୍ରତିଷ୍ଠା ହୋଇଥିଲା । ହାତଗଣତି ଆଇନଜୀବୀଙ୍କୁ ନେଇ ଏହି ଲିଗାଲ ଫାର୍ମର ଗଠନ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ କେସ ଲଢିବା ପାଇଁ ଏହା ପରାର୍ମଶ ଦେଉଥିଲା । କ୍ରମଶ ଏହି ଲିଗାଲ ଫାର୍ମ ବିସ୍ତାର ହେବା ସହ ଆମେରିକାର ସବୁଠୁ ନାମୀଦାମୀ ଲିଗାଲ ଫାର୍ମରେ ପରିଣତ ହୋଇଥିଲା । ବିଶେଷ କରି ବିବାଦୀୟ ମାମଲା ଲଢି ଜିତିବାରେ ନିଜର ନାଁ କରିଛି ୱାଚ୍ଟେଲ । ବର୍ତମାନ ଏଥିରେ ଜଣ ୨୮୫ ଆଇନଜୀବୀ ଅଛନ୍ତି । ବିଶେଷ କରି ନିବେଶକ. କରପୋରେଟ, ଷ୍ଟକମାର୍କେଟ. ଫାଇନାସିଆଲ ସମ୍ବନ୍ଧିତ କେସକୁ ଲଢ଼ି ଜିତିବାରେ ପାରଙ୍ଗମ ୱାଚ୍ଟେଲ ।

୨୪ ତାରିଖରେ ଏହି ଆମେରିକୀୟ ସଂସ୍ଥା ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟରେ ଆଦାନୀ ଗ୍ରୁପ୍ ଉପରେ ସାଂଘାତିକ ଅଭିଯୋଗ କରାଯାଇଛି । ସେୟାର ପ୍ରାଇସ୍ରେ ହେରଫେର, ସେଲ୍ କଂପାନୀରେ କାରବାର, ଆକାଉଂଟରେ ଅନିୟମିତତା ଭଳି ଅଭିଯୋଗ ରହିଛି ।