ଭାରତୀୟ ଯବାନଙ୍କୁ ଶତ ସଲାମ । ରକ୍ତ ଦେଇ ବଞ୍ଚାଇଲେ ଆତଙ୍କବାଦୀର ଜୀବନ

179

କନକ ବ୍ୟୁରୋ: ମିତ୍ର ହେଉକି ଶତ୍ରୁ ଜୀବନ ସମସ୍ତଙ୍କ ପାଇଁ ମୂଲ୍ୟବାନ୍ । ଏହାକୁ ବୁଝିଥିବା ଭାରତୀୟ ଯବାନ୍ ପୁଣିଥରେ ଏକ ମହତକାର୍ଯ୍ୟ କରି ସାରା ସମାଜକୁ ବାର୍ତ୍ତା ଦେଇଛନ୍ତି । ଫିଦାୟିନୀ ଆକ୍ରମଣ କରିବାକୁ ଭାରତରେ ପ୍ରବେଶ କରୁଥିବା ଆତଙ୍କବାଦୀର ଜୀବନ ବଞ୍ଚାଇଛନ୍ତି ଭାରତୀୟ ଯବାନ୍ ।

ପାକିସ୍ତାନକୁ ଲାଗି ରହିଥିବା ଅନ୍ତର୍ଜାତୀୟ ସୀମାରେ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ ଯୋଜନାରେ ଆସିଥିଲେ ଆତଙ୍କାବାଦୀ ତବାରକ ହୁସେନଙ୍କ ସହ ଅନ୍ୟ ଆତଙ୍କବାଦୀ । ଏହାର ଖବର ପାଇ ସେନା ଆରମ୍ଭ କରିଥିଲା ଆକ୍ରମଣ । ଏଥିରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ତବାରକ୍ ଗୁରୁତର ଆହତ ହୋଇଥିଲା । ତା’ର ଗୋଡରେ ଏକାଧିକ ଗୁଳି ବାଜିଥିଲା । ଫଳରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସେ ଗୁରୁତର ହୋଇପଡିଥିଲା । ହେଲେ ଜୀବନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଥିଲେ ଭାରତୀୟ ଯବାନ୍ । ୩ ୟୁନିଟ୍ ରକ୍ତ ଦେବା ପରେ ତବାରକର ଅସ୍ତ୍ରୋପଚାର ହୋଇଥିଲା । ଏହାପରେ ତା’ର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହେଉଥିବା ଜଣାପଡିଛି । ଗିରଫ ପରେ ତାକୁ ଜେରା କରାଯାଇଥିଲା । ସେନାର ଏପରି ମହାନତାକୁ ଦେଶ ଭୂରି ପ୍ରଶଂସା କରୁଥିବାବେଳେ ପାକିସ୍ତାନ ଏଥିରୁ କିଛି ଶଖିବା ଉଚିତ ବୋଲି ମତ ପ୍ରକାଶ ପାଉଛି ।

ଜେରା ବେଳେ ତବାରକ୍ ସେ କହିଛି ଯେ ସେମାନେ ମୋଟ ୪-୫ ଜଣ ଥିଲେ । ପାକିସ୍ତାନ ସେନାର କର୍ଣ୍ଣେଲ ୟୁନୁସ ତାକୁ ପଠାଇଥିଲେ । ସେ ତାକୁ ୩୦ହଜାର ଟଙ୍କା ମଧ୍ୟ ଦେଇଥିଲା । ଭାରତୀୟ ସେନାର ଗୋଟିଏ ଦୁଇଟି ପୋଷ୍ଟରେ ଆକ୍ରମଣ କରିବା ପାଇଁ କୁହାଯାଇଥିଲା । ଗତ ରବିବାର ସକାଳେ ତବାରକ ଭାରତୀୟ ପୋଷ୍ଟର ନିକଟତର ହୋଇ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ତେବେ ସେନା