ରାୟଗଡା ନାଗାବଳୀ ନଦୀ ଝୁଲା ପୋଲ ନିକଟରେ ଅଘଟଣ: ନଦୀରେ ଗାଧୋଇବା ବେଳେ ଭାସିଗଲେ ବାପା-ପୁଅ

172

କନକ ବ୍ୟୁରୋ: ରାୟଗଡା ନାଗାବଳୀ ନଦୀରେ ଭାସିଗଲେ ବାପା-ପୁଅ । ୩ଜଣ ପୁଅଙ୍କ ସହ ବାପା ଭାସିଯାଇଥିବା ବେଳେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ୨ଜଣ ପୁଅ ଓ ବାପାକୁ ଉଦ୍ଧାର କରିଛନ୍ତି । ଏବେ ବି ଜଣେ ନାବାଳକ ପୁଅ ନିଖୋଜ ଅଛନ୍ତି । ସୂଚନା ଅନୁସାରେ ଗାଧୋଇଥିବା ବେଳେ ୩ ପୁଅ ବୁଡ଼ିଯାଉଥିବା ଦେଖି ସେମାନଙ୍କୁ ଉଦ୍ଧାର କରିବା ପାଇଁ ନଦୀକୁ ଡ଼େଇଁପଡ଼ିଥିଲେ ବାପା । ଦୀର୍ଘ ସମୟ ଧରି ନଦୀର ପ୍ରଖର ସ୍ରୋତରେ ଫସିରହିଥିଲେ । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଦଉଡ଼ି ସାହାଯ୍ୟରେ ବାପା ଓ ଦୁଇ ପିଲାଙ୍କୁ ଉଦ୍ଧାର କରିଛନ୍ତି । ଏବେ ବି ଜଣେ ପିଲାର ପତା ମିଳିନାହିଁ । ମଝିଘରିଆଣି ମନ୍ଦିର ବୁଲିବା ପରେ ଝୁଲା ପୋଲ ଦେଖିବାକୁ ଯାଇଥିଲେ ବାପା ଓ ପୁଅ । ଏହା ପରେ ନାଗାବଳୀ ନଦୀରେ ଗାଧୋଇବାବେଳେ ପାଣିରେ ଭାସିଯାଇଥିଲେ । ପାଖାପାଖି ୧ କିଲୋମିଟର ଭାସିଯିବା ପରେ ତାଙ୍କୁ ଉଦ୍ଧାର କରାଯାଇଛି ।