ଚୟନ ହେଲା ଉତ୍ତର ପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ, ଜାଣନ୍ତୁ କାହା ନାମରେ ମୋହର ମାରିଲେ ଦଳର ହାଇକମାଣ୍ଡ ?

179

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ବିଜେପି ପକ୍ଷରୁ ନୂଆ ଅଧ୍ୟକ୍ଷ ଚୟନ କରାଯାଇଛି । ଏହି କ୍ରମରେ ଦଳର ହାଇକମାଣ୍ଡ ଚୌଧୁରୀ ଭୂପେନ୍ଦ୍ର ସିଂଙ୍କ ନାମରେ ମୋହର ମାରିଛନ୍ତି । ଭୂପେନ୍ଦ୍ର ଯୋଗୀଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି । ସେ ବୁଧବାର ଦିନ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିବା ପରେ ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ସେପଟେ ଚୌଧୁରୀ ଭୂପେନ୍ଦ୍ର ସିଂ ଜାଟ୍ ସମାଜରୁ ପ୍ରତିନିଧିତ୍ୱ କରୁଥିବା ବେଳେ ତାଙ୍କ ରାଜ୍ୟ ଅଧ୍ୟକ୍ଷ ଭାବେ ଚୟନ କରି ଜାଠ୍ ଭୋଟ ଉପରେ ବିଜେପିର ନଜର କରିଛି ବୋଲି କୁହାଯାଉଛି ।

 

କହିରଖୁ କି ଉତ୍ତର ପ୍ରଦେଶରେ ବିଜେପିର ନୂଆ ଅଧ୍ୟକ୍ଷ ପଦକୁ ନେଇ ଦୀର୍ଘଦିନ ହେବ ଅଟକଳ ଜାରି ରହିଥିଲା । ଏହି କ୍ରମରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଦିନେଶ ଶର୍ମା, ଶ୍ରୀକାନ୍ତ ଶର୍ମା, ସାଂସଦ ହରୀଶ ଦ୍ୱିବେଦୀ, ସୁବ୍ରତ ପାଠକ ଓ କେନ୍ଦ୍ରମନ୍ତ୍ରୀ ବିଏଲ ବର୍ମାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା । ହେଲେ ସବୁ ଆକଳନକୁ ପଛରେ ପକାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଚୌଧୁରୀ ଭୂପେନ୍ଦ୍ର ସିଂଙ୍କ ନାମ ଉପରେ ମୋହର ମାରିଛନ୍ତି ।