ଦେଶରେ କମୁଛି ସଂକ୍ରମଣ :  ୨୪ ଘଂଟାରେ ୬୨, ୨୨୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୫୪୨ ଜଣଙ୍କ ମୃତ୍ୟୁ

86

କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ । ୨୪ ଘଂଟାରେ ଦେଶରେ ୬୨ ହଜାର ୨୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୫୪୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ଗୋଟିଏ ଦିନରେ ୧ ଲକ୍ଷ ୭ ହଜାର ୬୨୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ କୋଟି ୯୬ ଲକ୍ଷ ୩୩ ହଜାର ୧୦୫ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୨ କୋଟି ୮୩ ଲକ୍ଷ ୮୮ ହଜାର ୧୦୦ଜଣ ।

ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୭୯ ହଜାର ୫୭୩ ରହିଛି । ଏବେବି କରୋନା ଆକ୍ରାନ୍ତ ହୋଇ ୮ଲକ୍ଷ ୬୫ ହଜାର ୪୩୨ଜଣ ଚିକିତ୍ସିତ ହେଉଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୬,୧୯,୭୨,୦୧୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୧୫ ତାରିଖ ସୁଦ୍ଧା ସମୁଦାୟ ୩୮,୩୩,୦୬,୯୭୧ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୯,୩୦,୯୮୭ଟି ନମୁନା।