ନବରଙ୍ଗପୁରରେ ଅଭାବନୀୟ ଘଟଣା, ମୋବାଇଲ ପାଇଁ ଘର ଲୋକ ତାଗିଦ୍ କରିବାରୁ ଆତ୍ମହତ୍ୟା କଲା ୧୪ ବର୍ଷର ପୁଅ।

57

କନକ ବ୍ୟୁରୋ: ମୋବାଇଲ ପାଇଁ ନାବାଳକର ଆତ୍ମହତ୍ୟା । ମୋବାଇଲକୁ ନେଇ ଘର ଲୋକେ ତାଗିଦା କରିବାରୁ ନାବାଳକ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନବରରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ଅନ୍ତର୍ଗତ ଗୋନା ପଞ୍ଚାୟତର ଭାରସୁଣ୍ଡି ଗାଁରୁ ଆସିଛି ଏପରି ଅଭିଯୋଗ । ନାବାଳକ ଜଣକ ବିଶ୍ୱଜିତ ମିର୍ଦ୍ଧାଙ୍କ ୧୪ ବର୍ଷୀୟ ପୁଅ ସୁମିତ ମିର୍ଦ୍ଧା । ନିଜ ମୋବାଇଲ ଦୋକାନରୁ ବାପାଙ୍କ ଅଜାଣତରେ ଏକ ମୋବାଇଲ ନେଇ ଆସିଥିଲେ ସୁମିତ ।

ସୁମିତ ଘରେ ମୋବାଇଲରେ ଭିଡ଼ିଓ ଗେମ ଖେଳୁଥିବା ସମୟରେ ମାଆ ଦେଖି ପଚାରିବା ସହ ତାଗିଦ କରିଥିଲେ । ଏହାପରେ ସୁମିତ ଭୟଭୀତ ହୋଇ ବ୍ୟାଥରୁମରେ ପଶି ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ପରିବାର ଲୋକ । ହେଲେ ରାଇଘର ଚିକିତ୍ସାଳୟକୁ ଆଣିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏନେଇ ପରିବାର ଲୋକେ ରାଇଘର ଥାନାରେ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।