୨୦୨୨ ମସିହା ନିମନ୍ତେ ଅନୁସନ୍ଧାନରେ ଉତ୍କର୍ଷ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ପଦକ, ଜାଣନ୍ତୁ ଓଡିଶାର କେଉଁ ୪ ଜଣ ପୋଲିସ କର୍ମୀ ଏହି ପଦକ ତାଲିକାରେ ସାମିଲ

183

କନକ ବ୍ୟୁରୋ : ଅନୁସନ୍ଧାନରେ ଉତ୍କର୍ଷ ନିମନ୍ତେ ୨୦୨୨ ମସିହା ପାଇଁ ୧୫୧ ଜଣ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯାଇଛି । ଅପରାଧ ଅନୁସନ୍ଧାନ ପେଶାଗତ ଉକ୍ରର୍ଷ ପ୍ରତିପାଦନ ପାଇଁ ୨୦୧୮ ମସିହାରେ ଏହି ପଦକ ସୃଷ୍ଟି କରାଯାଇଥିଲା ।

ପଦକ ପାଇଥିବା କର୍ମଚାରଙ୍କ ମଧ୍ୟରୁ ୧୫ ଜଣ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ର ହୋଇଥିବା ବେଳେ ମହାରାଷ୍ଟ୍ର ପୋଲିସରୁ ୧୧ ଜଣ, ମଧ୍ୟ ପ୍ରଦେଶ ପୋଲିସରୁ ୧୦ ଜଣ, ଉତ୍ତର ପ୍ରଦେଶ ପୋଲିସରୁ ୧୦ ଜଣ, କେରଳ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ପୋଲିସରୁ ୮ ଜଣ ଲେଖାଏଁ ଏହି ପଦକ ପାଇଛନ୍ତି । ଅନ୍ୟପଟେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଓ ଅନ୍ୟାନ୍ୟ ସଂଗଠନରୁ ବାକି କର୍ମଚାରୀ ପଦକ ପାଇଛନ୍ତି ।

ଏହି ପଦକ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଓଡିଶାରୁ ୪ ଜଣ ପୋଲିସ କର୍ମଚାରୀ ରହିଛନ୍ତି । ସେମାନେ ହେଲେ ଇନ୍ସିପେକ୍ଟର ଆଶୀଷ ଚନ୍ଦ୍ର ଜେନା, ଅନୁସୂୟା ନାୟକ, ରମେଶ କୁମାର ପ୍ରଧାନ ଏବଂ ଡିସିପି ସୁମିତ୍ରା ଜେନା ।