ବଦଳିଲା କ୍ରିକେଟର ଗୁରୁତ୍ୱପୂର୍ଣ୍ଣ ନିୟମ । ହାଇରିସ୍କ ପୋଜିସନରେ ଏବେ ହେଲମେଟ୍ ବାଧ୍ୟତାମୂଳକ । କ୍ରିକେଟରୁ ବିଦାୟ ନେଲା ଅମ୍ପାୟାର୍ସଙ୍କ ସଫ୍ଟ ସିଗନାଲ୍

1,821

କନକ ବ୍ୟୁରୋ: ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ କ୍ରିକେଟର ନିୟମରେ ପରିବର୍ତନ ଆଣିଛି । କ୍ରିକେଟ୍ ଖେଳରେ ଏବେ ସାମିଲ ହୋଇଛି ୩ଟି ଗୁରୁତ୍ୱପୂର୍ଣ୍ଣ ନିୟମ । ଏହି ନୂଆ ନିୟମ ଅନୁସାରେ, ଏଣିକି ଆଉ ଅମ୍ପାୟାର୍ସଙ୍କ ସଫ୍ଟ ସିଗନାଲ ରହିବ ନାହିଁ । ତା ସହିତ ରିସ୍କ ପୋଜିସନରେ ବ୍ୟାଟିଂ, କିପିଂ ଏବଂ ଫିଲ୍ଡିଂ କରୁଥିବା ଖେଳାଳିଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିଛି ଆଇସିସି ।

ପୂର୍ବରୁ ଫ୍ରି ହିଟ୍ ବଲରେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେଲେ ବି , ଯଦି ସେହି ବଲରେ ବ୍ୟାଟ୍ସମ୍ୟାନ୍ ରନ୍ ନେଇଥିବେ, ତେବେ ସେହି ରନ୍ ବ୍ୟାଟ୍ସମ୍ୟାନ୍ ଖାତାରେ ଗଣା ହେଉନଥିଲା । ଏବେ କିନ୍ତୁ ସେହି ନିୟମରେ ପରିବର୍ତନ ଆଣିଛି ଆଇସିସି । ଏଣିକି ଫ୍ରି ହିଟ୍ ବଲରେ ଆଉଟ୍ ହେଲେ ବି, ବ୍ୟାଟ୍ସମ୍ୟାନ୍ ରନ୍ ନେଇଥିଲେ, ସେହି ରନ୍ ବ୍ୟାଟ୍ସମ୍ୟାନ୍ ରନରେ ଯୋଡାଯିବ ।

ଆଇସିସିର ସୂଚନା ମୁତାବକ, ଫ୍ରି ହିଟ୍ ନିୟମରେ ଅଳ୍ପ କିଛି ପରିବର୍ତନ ହୋଇଛି । ଏହି ନିୟମ ଆସନ୍ତା ଜୁନ୍ ୧ ତାରିଖରୁ ଆରମ୍ଭ ହେଉଥିବା ଇଂଲଣ୍ଡ ଏବଂ ଆର୍ୟଲ୍ୟାଣ୍ଡ ମ୍ୟାଚରୁ ଆରମ୍ଭ ହେବ । ତେବେ ଗତ ଟି-୨୦ ବିଶ୍ୱକପ୍ ବେଳେ, ଏହି ନିୟମକୁ ନେଇ ବିବାଦ ଠିଆ ହୋଇଥିଲା । ଭାରତ-ପାକିସ୍ତାନ ମ୍ୟାଚ ବେଳେ, ବିରାଟ କୋହଲି ମହମ୍ମଦ ନବାଜଙ୍କ ଗୋଟିଏ ବଲରେ ବୋଲ୍ଡ ହୋଇଯାଇଥିଲେ ।

ଏଥିସହିତ ଏଣିକି ହାଇରିସ୍କ ଜୋନରେ ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନ୍, ୱିକେଟ୍ କିପର ଏବଂ ଫିଲଡରଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଫୋଷ୍ଟ ବୋଲରଙ୍କ ବିରୁଦ୍ଧରେ ବ୍ୟାଟିଂ କଲାବେଳେ ବ୍ୟାଟ୍ସମ୍ୟାନ୍, ୱିକେଟ୍ ପାଖରେ କିପିଂ କଲାବେଳେ ୱିକେଟକିପର ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।