ଦିଲ୍ଲୀ ଦରବାରରେ ହେବ କର୍ଣ୍ଣାଟକ ଫଇସଲା । ୧୭ ସୁଦ୍ଧା ଶେଷ ହୋଇପାରେ ସସପେନ୍ସ । ମେ ୧୮ରେ ନୂଆ ମୁଖ୍ୟମନ୍ତ୍ରୀ ନେଇପାରନ୍ତି ଶପଥ ।

175

କନକ ବ୍ୟୁରୋ: କର୍ଣ୍ଣାଟକରେ କିଏ ହେବେ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଜାରି ରହିଛି ସସପେନ୍ସ । ସିଦ୍ଧରମୈୟାଙ୍କ ହାତକୁ ଆସିବ ଶାସନ ଡୋରି ନା କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ମୁଖ୍ୟ ଶିବକୁମାର ପାଇବେ କ୍ଷମତା । ଏନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ବିଧାୟକ ଦଳ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ରବିବାର ବିଧାୟକ ଦଳ ବୈଠକରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପରେ ଛଡାଯାଇଛି ଶେଷ ନିଷ୍ପତି । କିଏ ହେବେ କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ ସେ କଥା ସ୍ଥିର କରିବେ ଖଡ଼ଗେ । ରବିବାର ଦିଲ୍ଲୀରେ ପହଁଚିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ ଓ ସୋମବାର ସିଦ୍ଧରମୈୟା ଓ ଶିବକୁମାର ଦିଲ୍ଲୀ ଯାଇଛନ୍ତି ।

  • କର୍ଣ୍ଣାଟକର କିଏ ହେବେ ମୁଖ୍ୟମନ୍ତ୍ରୀ?
  • ଚେହେରା ବାଛିବେ ମଲ୍ଲିକାର୍ଜୁନ ଖଡ଼ଗେ
  • ପ୍ରତିଯୋଗିତାରେ ସିଦ୍ଧରମୈୟା ବନାମ ଶିବକୁମାର

ଅନ୍ୟପଟେ ଦଳ କହିଛି ୩ଜଣିଆ ଅବଜରର୍ଭର ସୁଶୀଳ କୁମାର ସିନେ୍ଧ, ଜିତେନ୍ଦ୍ର କୁମାକର ସିଂ, ଦୀପକ ବାବରିଆ ବିଧାୟଙ୍କମାନଙ୍କ ମତ ନେଉଛନ୍ତି । ଏହି ରିପୋର୍ଟ ଦିଲ୍ଲୀ ଦରବାରରେ ଉପସ୍ଥାପନ କରାଯିବ । ସବୁ ବିଚାର ବିମର୍ଶ ପରେ ଶେଷ ନିଷ୍ପତି ନେବେ ଖଡ଼ଗେ । ଚର୍ଚ୍ଚା ହେଉଛି ମେ ୧୮ରେ ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବ ହୋଇପାରେ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ରେକର୍ଡ ସହ ଜିତ୍ ହାସଲ କରିଛି । ୧୩୫ ବିଧାନସଭା ଆସନରେ ବାଜିମାତ କରି ଖୁବଶୀଘ୍ର କର୍ଣ୍ଣାଟକରେ ସରକାର ଗଠନ କରିବ । ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା ଏନେଇ ଦଳ କରୁଛି ବିଚାରବିମର୍ଶ ଓ ମାନସମନ୍ଥନ । ସେପଟେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପୂର୍ବରୁ ପାଇଁ ଉଭୟଙ୍କ ମଧ୍ୟରେ ପୋଷ୍ଟର ୱାର ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛନ୍ତି ଉଭୟଙ୍କ ସମର୍ଥକ ।

ବର୍ତମାନ ସୁଦ୍ଧା ନିଷ୍ପତି ହୋଇନାହିଁ କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ସିଦ୍ଧରମୈୟା ରାଜ୍ୟର ସବୁଠାରୁ ବଡ ନେତା ହୋଇଥିବାବେଳେ ଶିବକୁମାର କଂଗ୍ରେସର ସଙ୍କଟମୋଚକ ରହିଛନ୍ତି । ତେଣୁ ଏବେ ସମସ୍ତଙ୍କ ନଜର କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଅଟକିଛି ।