ଆହୁରି ବର୍ଷିବ ! ପାଣିପାଗ ବିଭାଗର ପୂର୍ବାନୁମାନ ୧୮ ଯାଏଁ ଲାଗି ରହିବ ବର୍ଷା

38

କନକ ବ୍ୟୁରୋ : ରାଜ୍ୟରେ ବର୍ଷୁଛି, ଆଗକୁ ଆହୁରି ବର୍ଷିବ । ଆସନ୍ତାକାଲିଠାରୁ ୧୮ ତାରିଖ ଯାଏଁ ଉପକୂଳ ଏବଂ ଦଣିକ୍ଷ ଓଡ଼ିଶାରେ ପ୍ରବଳ ବର୍ଷା ସଂଭାବନା ରହିଛି । ଆଂଚଳିକ ପାଣିପାଗ ବିଭାଗର ଆକଳନ ଅନୁସାରେ, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଯାହା ଆଗକୁ ଘନିଭୂତ ହେବାର ସଂଭାବନା ରହିଛି । ଏହାର ପ୍ରଭାବରେ ୧୭ ଏବଂ ୧୮ ତାରିଖରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି ।

ସେହିପରି ୧୯ ଏବଂ ୨୦ ତାରିଖରେ ଉତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଗାଣବର୍ଷା ଯୋଗୁଁ ଋଷିକୁଲ୍ୟା, ବଂଶଧାରା ଏବଂ ମହାନଦୀର ତଳିଆ ଅଂଚଳରେ ବର୍ଷା ହେବାର ସଂଭାବନା ରହିଛି । ବିଶେଷ କରି କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି ।