ରେକର୍ଡ କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ: କଂଗ୍ରେସ ପ୍ରାର୍ଥୀଙ୍କୁ ୧ଲକ୍ଷ ୯୦ ହଜାର ଭୋଟରେ ହରାଇଲେ

273

କନକ ବ୍ୟୁରୋ: ବିଜୟ ବ୍ୟବଧାନରେ ରେକର୍ଡ ସୃଷ୍ଟି କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରେ ପଟେଲ । ଘାଟଲୋଡିଆ ଆସନରୁ ଲଢି ଏହି ରେକର୍ଡ କରିଛନ୍ତି ଭୂପେନ୍ଦ୍ର ପଟେଲ । ସେ ତାଙ୍କ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିଙ୍କୁ ୧ ଲକ୍ଷ ୯୧ ହଜାର ୩୬୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଭୂପେନ୍ଦ୍ର ପଟେଲ ମିଳିଛି ମୋଟ ୨ ଲକ୍ଷ ୧୨ ହଜାର ୪୮୦ ଭୋଟ । କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୨୧, ୧୨୦ ଖଣ୍ଡ ଭୋଟ ।

ଗୁଜରାଟରେ ବିଜେଡି ବଡ ବିଜୟ ଲକ୍ଷ୍ୟରେ ଆଗେଇ ଚାଲିଛି । ଦଳ ୧୫୦ରୁ ଅଧିକ ସିଟ ଜିତିବାର ନଜର ଆସୁଛି । ୧୯୬୨ ମସିହାରେ ଗୁଜରାଟରେ ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିଲା । ଏହାପରେ କୌଣସି ଦଳର ଏହା ସବୁଠାରୁ ବଡ ବିଜୟ । ଏହାପରେ ୧୯୮୫ ମସିହାରେ କଂଗ୍ରେସ ୧୪୯ ସିଟରେ ବିଜୟୀ ହୋଇଥିଲା । ଗୁଜରାଟରେ ଏହି ଐତିହାସିକ ବିଜୟ ପରେ ଭୂପେନ୍ଦ୍ର ପଟେଲ ଡିସେମ୍ବର ୧୨ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଜେପି ଭୂପେନ୍ଦ୍ରଙ୍କ ଶପଥ ଉତ୍ସବକୁ ମଧ୍ୟ ଐତିହାସିକ କରିବାକୁ ପ୍ରସ୍ତୁତ କରୁଛନ୍ତି ।