ସବୁ ରାଉଣ୍ଡରେ ବିଜେଡି ଆଗରେ: ପାୱାର ଦେଖାଇ ପାରିଲାନି ପଦ୍ମ, ହାତ ଟେକିପାରିଲାନି ‘ହାତ’

159

କନକ ବ୍ୟୁରୋ: ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ଆଉ ଏବେ ଯାଏଁ ୧୮ ରାଉଣ୍ଡ ଭୋଟ ଗଣତି ଶେଷ ହୋଇସାରିଲାଣି । ସବୁ ରାଉଣ୍ଡରେ ବିଜେଡି ତାର ଦବାଦବା ଦେଖାଇଛି । ୧ରୁ ୧୮ ସବୁ ରାଉଣ୍ଡରେ ବିଜେଡି ଆଗୁଆ ରହିଛି । ଶଙ୍ଖର ଶକ୍ତି ଆଗରେ ନା କାମ କଲା ପଦ୍ମର ପାୱାର ନା ହାତେ ଟେକି ପାରିଲା ହାତ । ଏବେ ସୁଦ୍ଧା ୩୩ ହଜାର ୫୯୬ ଭୋଟରେ ବିଜେଡି ସମସ୍ତଙ୍କୁ ପଛରେ ପକାଇଛି । ଏହାସହ ବିଜୟ ମୁହାଁ ହେଉଛି ବିଜେଡି ।

କେଉଁ ରାଉଣ୍ଡରେ ବିଜେଡି କେତେ ଭୋଟରେ ଆଗୁଆ –
ପ୍ରଥମ ରାଉଣ୍ଡ-୧୭୧୨
ଦ୍ୱିତୀୟ ରାଉଣ୍ଡ- ୧୯୦୭
ତୃତୀୟ ରାଉଣ୍ଡ- ୨୧୪୭
ଚତୁର୍ଥ ରାଉଣ୍ଡ – ୨୪୧୨
ପଞ୍ଚମ ରାଉଣ୍ଡ – ୨୦୯
ଷଷ୍ଠ ରାଉଣ୍ଡ – ୨୩୨୨
ସପ୍ତମ ରାଉଣ୍ଡ – ୧୮୪୪
ଅଷ୍ଟମ ରାଉଣ୍ଡ – ୨୯୯୩
ନବମ ରାଉଣ୍ଡ – ୧୯୦୪
ଦଶମ ରାଉଣ୍ଡ – ୧୯୮୦
୧୧ତମ ରାଉଣ୍ଡ – ୧୯୨୬
୧୨ ତମ ରାଉଣ୍ଡ – ୫୬୮
୧୩ ତମ ରାଉଣ୍ଡ – ୨୧୩୯
୧୪ ତମ ରାଉଣ୍ଡ – ୨୨୯୪
୧୫ ତମ ରାଉଣ୍ଡ – ୧୧୮୧
୧୬ ତମ ରାଉଣ୍ଡ – ୧୯୮୫
୧୭ ତମ ରାଉଣ୍ଡ – ୫୪୧
୧୮ତମ ରାଉଣ୍ଡ – ୨୫୦୮
୧୯ ତମ ରାଉଣ୍ଡ – ୧୦୨୯

୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ଏବେ ସୁଦ୍ଧା ୧୯ତମ ରାଉଣ୍ଡ ଶେଷ ହୋଇଥିବା ବେଳେ ଆଉ ୪ ରାଉଣ୍ଡ ବାକି ଅଛି । ତେବେ ବିଜେଡିର ବିଜୟ ଅକ ପ୍ରକାଫ୍ସ୍ଷ୍ଟ ହୋଇ ସାରିଛି । ବିଜେଡି ପଦ୍ମପୁରରେ ପୁଣି ନିଜ ଦବଦବା ଜାହିର କରିବାକୁ ଯାଉଛି ।