ଫିଫା ବିଶ୍ୱକପରେ ପୁଣି ଏକ ବଡ଼ ବିପର୍ଯ୍ୟୟ : ୪ ଥର ବିଜେତା ଜର୍ମାନୀକୁ ହରାଇଲା ଜାପାନ

98

କନକ ବ୍ୟୁରୋ : ଫିଫା ବିଶ୍ୱକପରେ ପୁଣି ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ୪ ଥରର ବିଜେତା ଜର୍ମାନୀକୁ ହରାଇଛି ଜାପାନ । ଗ୍ରୁପ୍ ଇରେ ଜାପାନ ଜର୍ମାନୀକୁ ହରାଇ ଅଭିଯାନ ଆରମ୍ଭ କରିଛି । ଖଲିଫା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଜାପାନ ୨-୧ ଗୋଲରେ ଜର୍ମାନୀକୁ ହରାଇ ଦେଇଛି ।

ମଙ୍ଗଳବାର ଦୁଇ ଥରର ବିଜେତା ଆର୍ଜେଣ୍ଟିନାକୁ ସାଉଦି ଆରବ ହରାଇବା ପରେ ଏହା ହେଉଛି ଦ୍ୱିତୀୟ ମ୍ୟାଚ ଯେଉଁଥିରେ ଜର୍ମାନୀ ଭଳି ଏକ ଶକ୍ତିଶାଳୀ ଟିମକୁ ଛୋଟ ଦଳ ଠାରୁ ହାରିବାକୁ ପଡିଛି । କଡା ପ୍ରତିଯୋଗିତା ମଧ୍ୟରେ ଦୁଇ ଦେଶ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲା । ପ୍ରଥମ ୩୨ ମିନିଟରେ ଜର୍ମାନୀ ପ୍ରଥମ ଗୋଲ ଦେଇଥିଲା । ହେଲେ ପରେ ଦ୍ୱିତୀୟାର୍ଦ୍ଧରେ ଜାପାନ ମ୍ୟାଚରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିବା ସହ ଦୁଇଟି ଗୋଲ ଦେଇଥିଲା । ଶେଷରେ ୨-୧ ଗୋଲରେ ବିଜୟୀ ହୋଇଥିଲା ଜାପାନ ।