କୁମ୍ବିଂ ଅପରେସନକୁ ବଡ଼ ସଫଳତା : ସ୍ୱାଭିମାନ ଅଞ୍ଚଳରୁ ମାଓବାଦୀଙ୍କ ବନ୍ଧୁକ, ବୋମା ସହ ଜବତ ହେଲା ଇଭିଏମ ମେସିନ୍

82

କନକ ବ୍ୟୁରୋ : ମାଲକାନଗିରି ପୁଲିସକୁ ସଫଳତା । ସ୍ୱାଭିମାନ ଅଞ୍ଚଳରୁ ମାଓବାଦୀଙ୍କ ସାମଗ୍ରୀ ସହ ଇଭିଏମ ମେସିନ୍ ଠାବ କଲେ ଯବାନ । ଓଡିଶା ଆନ୍ଧ୍ର ସୀମାବର୍ତ୍ତୀ ଯୋଡାମ୍ବ ଥାନା ଅନ୍ତର୍ଗତ ଧାକଡପଦର ଜଙ୍ଗଲରେ କୁମ୍ବିଂ ବେଳେ ଯବାନମାନେ ଗୋଟିଏ ଇଭିଏମ୍ ମେଶିନ ସମେତ ୨ ଟି ବନ୍ଧୁକ, ୧୧ ଟି ଟିଫିନ୍ ବୋମା, ୨ ଟି କ୍ଲେମୋର ମାଇନ୍ ଜବତ କରିଛନ୍ତି ।

ଏଥି ସହ ଗୋଟିଏ ଟେଲିସ୍କୋପ, ମାଓବାଦୀଙ୍କ ପୋଷାକ, ମାଓ ପୁସ୍ତିକା ଓ ବିପୁଳ ମାତ୍ରାରେ ବନ୍ଧୁକ ଓ ବୋମା ତିଆରି ସାମଗ୍ରୀ ମଧ୍ୟ ଜବତ ହୋଇଛି । ତେବେ ଜବତ ଇଭିଏମ ମେସିନଟି ମାଓବାଦୀମାନେ ନିରବାଚନ ସମୟରେ ଲୁଟି ନେଇ ଥିବା ଜଣା ପଡିଛି । ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଦବଦବା କମିବା ପରେ ଲୋକେ ସ୍ୱତପ୍ରବୃତ ଭାବେ ପୁଲିସକୁ ସୁଚନା ଦେଉ ଥିବା ଏସପି କହିଛନ୍ତି । ଆଉ ଗ୍ରାମବାସୀଙ୍କ ସୂଚନା ଆଧାରରେ ଏହି ଅପରେସନଟି ଲଞ୍ଚ ହୋଇ ଥିବା ନେଇ ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।