ପାରାଦୀପରେ ମନ୍ତ୍ରୀ ଦାମୋଦର ରାଉତଙ୍କୁ ବିରୋଧ : ଜନସଂପର୍କ ସମାବେଶ ବେଳେ ଅଣ୍ଡାମାଡ

21

ପାରାଦୀପ : ନିଜ ଗଡରେ ବିରୋଧ । ଏଭଳି ପରିସ୍ଥିତି ସାମ୍ନା କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଦାମୋଦର ରାଉତ । ଆଜି କୁଜଙ୍ଗ ବ୍ଲକ ପଡିଆଠାରେ ଦାମବାବୁଙ୍କ ନେତୃତ୍ୱରେ ବିଜେଡିର ଜନସମ୍ପର୍କ ସମାବେଶ ଚାଲିଥିବା ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । କେହି ଦୁବୃର୍ତ ସଭାମଂଚ ଆଡକୁ ଅଣ୍ଡାମାଡ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ଏହି ଅଣ୍ଡାମାଡ ଘଟଣାରେ ଜଣକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।