ଥମୁନି ଜାପାନୀ ଏନସେଫାଲାଇଟିସ ଆତଙ୍କ : ୨୮ ଦିନରେ ଆଖି ବୁଜିଲେଣି ୩୯ ଶିଶୁ

32

କନକ ବ୍ୟୁରୋ : ଥମୁନି ଜାପାନୀ ଏନସେଫାଲାଇଟିସ ଆତଙ୍କ । ଆଜି ପୁଣି ୪ଜଣ ଶିଶୁଙ୍କ ଜୀବନ ନେଇଛି ଏନସେଫାଲାଇଟଇସ୍ । ଏହା ସହ ୨୮ ଦିନରେ ମୃତ୍ୟୁ ସଂଖ୍ୟା ୩୯ରେ ପହଂଚିଛି । ମୃତ ଶିଶୁମାନେ ହେଲେ କରତକାଗୁଡା ଗାଁର ବର୍ଷକର ଶିଶୁ ବିଶାଖା ପଡିଆମୀ, ଟୁମଟାପାଲିର ୨ବର୍ଷର ଲିଜା ହାଲୱା, ମାରନପାଲି ଗାଁର ୨ବର୍ଷୀୟ ଶିଶୁ ବିଶ୍ୱଜୀତ ମାଝୀ ଓ ଡୁରକାଗୁଡା ଗାଁର ୨ବର୍ଷୀୟ ମୀନା ନାୟକ ।

ଜିଲ୍ଲା ଚିକିତ୍ସାଳୟରେ ଭର୍ତି ହୋଇଥିବା ଶିଶୁଙ୍କ ସଂଖ୍ୟା ୮୮ ଟପିଛି । ଏବେ ବି ଜିଲ୍ଲା ଚିକିତ୍ସାଳୟରେ ୩୦ ଶିଶୁ ଚିକିତ୍ସିତ ହେଉଛନ୍ତି । ୬ ଜଣ ଡାକ୍ତର , ୪ ଜଣ ବିଶେଷଜ୍ଞ ଡାକ୍ତର ଏବଂ ୩ ଜଣ ଷ୍ଟାଫ୍ ନର୍ସ ଜିଲ୍ଲା ଚିକିତ୍ସାଳୟରେ ଭର୍ତି ହୋଇଥିବା ଶିଶୁଙ୍କ ଚିକିତ୍ସା କରୁଛନ୍ତି ।

ସେହିପରି ନବରଂଗପୁରରୁ ୪ ଜଣ ଷ୍ଟାଫ୍ ନର୍ସ ଏବଂ ୨ଟି ହେଲଥ ଟିମ୍ ଓ କୋରାପୁଟରୁ ୫ ଷ୍ଟାଫନର୍ସ ଓ ୩ଟି ହେଲଥ୍ ଟିମ୍ ଶିଶୁଙ୍କ ଚିକିତ୍ସାରେ ସହଯୋଗ ପାଇଁ ପହଁଚିଛନ୍ତି । ଏହା ସହିତ ୯ଜଣ ଡାକ୍ତରଙ୍କର କାଉନସିଲ କରାଯାଇଛି । ସେମାନେ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟରେ ଯୋଗ ଦେବେ ବୋଲି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏହା ସହ ଦେଖନ୍ତୁ ଏହି ଭିଡିଓ –