ପୁରୀ ପରେ ପୁଣି ବାଲେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ : ଚିକିତ୍ସା ଅବହେଳାରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

26

ବାଲେଶ୍ୱର : ବାଲେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ। ରୋଗୀ ମୃତ୍ୟୁକୁ ନେଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଉତେଜନା ଦେଖାଦେଇଛି । ଚିକିତ୍ସା ଅବହେଳାରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରୋଗୀଙ୍କ ସଂପର୍କୀୟ ମାନେ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ଭରତ ସାମଲଙ୍କୁ ମାଡ ମାରିଛନ୍ତି। ଫଳରେ ସେ ଗୁରୁତର ହୋଇପଡିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି।

ଗତ ଦୁଇ ଦିନ ତଳେ ରୋଗୀ ମୃତ୍ୟୁକୁ ନେଇ ପୁରୀ ମେଡିକାଲରେ ମଧ୍ୟ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ ରୋଗୀଙ୍କ ସଂପର୍କୀୟ। ଏହା ପରେ ସୁରକ୍ଷା ଦାବି କରି ଡାକ୍ତରଙ୍କ ମାନେ କାର୍ଯ୍ୟବନ୍ଦ କରିଥିଲେ ।