କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣା ବଢ଼ାଇଲା ବିଏମସି : ଦୋକାନ ଆଗରେ ଭିଡ ନ କରିବାକୁ ତାଗିଦ

206

କନକ ବ୍ୟୁରୋ : କନକ ବ୍ୟୁରୋ : କରୋନା ସଂକ୍ରମଣ ବଢୁଥିବାରୁ କଟକଣା ବଢାଇଲା ବିଏମସି । ଟିଫିନ୍ ଦୋକାନ, ଚା’ ଦୋକାନ, ଗୁପ୍ଚୁପ୍, ଦହିବରା ଓ ଜୁସ୍ ଷ୍ଟଲରେ ଭିଡ଼ ନଜମାଇବା ପାଇଁ ପାଇଁ ତାଗିଦ୍ କରାଯାଇଛି । ଅଧିକ ଗହଳି ହେଲେ ପୂର୍ବ ପରି ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ଅଫିସରେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ସପିଂ ମଲ, ସିନେମା ହଲ୍, ଅଡିଟୋରିୟମରେ କୋଭିଡ୍ ନିୟମ ଠିକ୍ ଭାବେ ପାଳନ ହେଉଛି ନାହିଁ, ତାର ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତି କରାଯିବ ବୋଲି ବିଏମସି ସୂଚନା ନେଇଛି ।

ସେପଟେ ସଂକ୍ରମଣ ବଢ଼ୁଥିବାର ଦେଖି ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ବର୍ତମାନ ଯେଉଁ ଲକ୍ଷଣ ଦେଖାଦେଉଛି, ତାହା ସେତେଟା ଗୁରୁତର ନୁହେଁ । ତେବେ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ନିରଞ୍ଜନ ମିଶ୍ର । ସେହିପରି କଟକ, ଭୁବନେଶ୍ୱର, ରାଉରକେଲା ଓ ପୁରୀରେ ସଂକ୍ରମଣ ବଢ଼ୁଥିଲେ ବି ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ।

ସେପଟେ, ରାଜ୍ୟରେ ଆଜି ୫୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ୧୪, ବାଲେଶ୍ୱର ୧୨, ମୟୂରଭ୍ଜ ୧୬, ଯାଜପୁର ୧୫, ଜଗତସିଂହପୁର ୮, କଳାହାଣ୍ଡି ୫, ନୂଆପଡା ୮, ସମ୍ବଲପୁର ୪୧, ସୁନ୍ଦରଗଡ ୬୩ ଏବଂ ଷ୍ଟେଟପୋଲରୁ ୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୩୬୦ ରେ ପହଞ୍ଚିଲାଣି ।