ରୁଚିକା ଆତ୍ମହତ୍ୟା ମାମଲା : ଝିଅକୁ ନ୍ୟାୟ ଦେଲେନି ମାଆକୁ ଉଠାଇନେଲେ; ସେପଟେ,ଏବିଭିପି ପକ୍ଷରୁ ଲୋୟର ପିଏମଜିରେ ଶୋଭାଯାତ୍ରା

114

କନକ ବ୍ୟୁରୋ : ରୁଚିକାଙ୍କ ମୃତ୍ୟୁକୁ ୧୦ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଦୋଷୀକୁ ଧରିପାରିନି ପୋଲିସ । କେଉଁ ୩ ଜଣ ସିନିୟରଙ୍କ ପାଇଁ ରୁଚିକା ଆତ୍ମହତ୍ୟା ଭଳି ନିଷ୍ପତି ନେଇଥିଲେ ତାଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଚିହ୍ନଟ କରିପାରିନି ପୋଲିସ ।

ସେପଟେ ଗେଟ ସାମ୍ନାରୁ ତାଙ୍କ ରୁଚିକାଙ୍କ ମାଆ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଦସ୍ୟଙ୍କୁ ଉଠାଇ ନେଇଛି ବଡ଼ଗଡ଼ ଥାନାକୁ ଉଠାଇ ନେଇଛି ପୋଲିସ । ଏସବୁକୁ ବିରୋଧ କରି ରୁଚିକାଙ୍କୁ ନ୍ୟାୟ ଦାବି କରି ଏବିଭିପି ପକ୍ଷରୁ ଲୋଏର ପିଏମଜି ଯାଏଁ ବିରାଟ ରାଲି କରଯାଇଛି । ପୋଷ୍ଟର ବ୍ୟାନର ଧରି ନ୍ୟାୟ ଦାବି କରିଛନ୍ତି ଆନ୍ଦୋଳନକାରୀ । ବର୍ଷାରେ ଭିଜି ବିକ୍ଷୋଭ କରୁଥିବା ବେଳେ ପୋଲିସ ତାଙ୍କୁ ମଧ୍ୟ ଉଠାଇ ନେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

ସେପଟେ, ଅତି ଅମାନବୀୟ ଭାବେ ରୁଚିକାଙ୍କ ମାଆଙ୍କୁ ଘୋଷାଡ଼ି ଘୋଷାଡ଼ି ଧାରଣା ସ୍ଥଳରୁ ଉଠାଇ ନେଲା ପୋଲିସ । ୧୦ ଦିନ ହେବ ଝିଅକୁ ନ୍ୟାୟ ଦାବିରେ ବସିଥିବା ମାଆକୁ ଅତି ଅମାନୁଷିକ ଭାବେ ଉଠାଇନେଇଛି । ଆଜି ରୁଚିକାଙ୍କ ଦଶାହ ଥିବାରୁ କଲେଜ ଆଗରେ କର୍ମ ହେବା ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ କଲେଜ ଆଗରେ ରୁଚିକାଙ୍କ ମାଆ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ । କିନ୍ତୁ ଏକାଦଶାହ କର୍ମ ହେବା ପୂର୍ବରୂ ରୂଚିକାଙ୍କ ମାଆ ସମେତ ସମସ୍ତ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଉଠାଇ ନେଇଛି ।

ମାଆ ବାରମ୍ବାର ନ୍ୟାୟ ଦାବି କରୁଥିଲେ ବି ପୋଲିସ୍ କିନ୍ତୁ କିଛି ଶୁଣିନଥିଲା । ଏଠି ନ୍ୟାୟ ବଦଳରେ ଗୁଣ୍ଡାରାଜ ଚାଲିଛି ବୋଲି ରୁଚିକାଙ୍କ ମାଆ କହିଥିଲେ । ଗତକାଲି ରାତିରେ ରୁଚିକାଙ୍କ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ । ପୋଲିସ୍ କଲେଜ ଆଗରେ ହୋଇଥିବା ଟେଂଟକୁ ମଧ୍ୟ ଭାଙ୍ଗି ଦେଇଛି । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସର ଛାନ୍ଭିନ୍ ଦଶମ ଦିନରେ ପହଂଚିଛି । ମାତ୍ର ଏପର୍ଯ୍ୟନ୍ତ ପୋଲିସ ରାଗିଂ କରିଥିବା ୩ ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରିପାରିନାହିଁ ।