ଏବେ ବି ସଂକଟାପନ୍ନ ରହିଛି କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା: କୌଣସି ଚିକିତ୍ସାକୁ ତାଙ୍କ ଶରୀର ଗ୍ରହଣ କରୁନଥିବା କହିଲେ ଡାକ୍ତର

274

କନକ ବ୍ୟୁରୋ: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନାହିଁ । ଏନେଇ ଅଭିନେତାଙ୍କ ପରିବାର ତରଫରୁ ସ୍ପଷ୍ଟ କରାଯାଇଛି । ସେହିପରି ଚିକିତ୍ସା ର ରେସପଣ୍ଡ କରୁନଥିବା ନେଇ ହସ୍ପିଟାଲ ସୁତ୍ରରୁ କୁହାଯାଇଛି । ରାଜୁ ଶ୍ରୀବାସ୍ତବ ଗତ କିଛି ଦିନ ହେବ ହୃତଘାତ କାରଣରୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ପଡିଛନ୍ତି । ପ୍ରତିଦିନ ପରି ଜିମରେ ବ୍ୟାୟାମ କରୁଥିବା ସମୟରେ ଗତ ବୁଧବାର ଅସୁସ୍ଥ ହୋଇପଡିଥିଲେ ରାଜୁ ଶ୍ରୀବାସ୍ତବ । ସ୍ୱାସ୍ଥ୍ୟବସ୍ଥାର ଉନ୍ନତି ଆଣିବା ପାଇଁ ତାଙ୍କ ପରିଜନ ଏମ୍ସ ପାଖରେ ଥିବା ଗୁରୁଦ୍ୱାରକୁ ଯାଇ ପ୍ରାର୍ଥନା କରିଛନ୍ତି ଯାହାର ସୂଚନା ତାଙ୍କ ଭାଇ କାଜୁ ଶ୍ରୀବାସ୍ତବ ଦେଇଛନ୍ତି । ସେହିପରି ହାସ୍ୟ ଅଭିନେତାଙ୍କ ଶହ ଶହ ପ୍ରସଂସକ ମଧ୍ୟ ରାଜୁ ଶ୍ରୀବାସ୍ତବଙ୍କ ଶୀଘ୍ର ସ୍ୱସ୍ଥ୍ୟକାମନା କରିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ସମେତ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିବା ସହ ସବୁପ୍ରକାର ସୁବିଧା ଯୋଗାଇବାନେଇ ପ୍ରତିଶ୍ରୁତି ଦେଇଥିଲେ ।