ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବାରୁ ୪ଜଣଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ: ବିଟ୍ଟା କରାଟେର ପତ୍ନୀ ଏବଂ ସୟେଦ ସଲ୍ଲାଉଦ୍ଦିନର ପୁଅକୁ ବହିଷ୍କାର 

166

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସଙ୍ଗଠନ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ । ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆତଙ୍କବାଦ ବିରୋଧରେ ନେଇଛନ୍ତି ବଡ ନିଷ୍ପତି । ଆତଙ୍କୀ ଘଟଣା ସହ ଜଡିତ ଥିବାରୁ ବିଟ୍ଟା କରାଟେର ପତ୍ନୀ  ଏବଂ ସୟେଦ ସଲାହୁଦ୍ଦିନର ପୁଅ ସମେତ ଚାରି ଜମଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ କରିଛନ୍ତି । ଏମାନଙ୍କ ବିରୋଧରେ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବାର ଅଭିଯୋଗ ହୋଇଥିଲା । ଫଳରେ ଉପରାଜ୍ୟପାଳ ଏଭଳି ନିଷ୍ପତି ନେଇଛନ୍ତି । ଜମ୍ମୁ କାଶ୍ମୀର ଲିବରେସନ୍ ଫ୍ରଂଟ୍ର ଆତଙ୍କବାଦୀ ଫାରୁକ ଅହମ୍ମଦ ଓରଫ ବିଟ୍ଟା କରାଟେର ପତ୍ନୀ ଅସବାହ ଅରଜୁବନ୍ଦ ଖାନ ୨୦୧୧ ବ୍ୟାଚ୍ର ଜେକେଏସ ଅଧିକାରୀ ଭାବେ କାମ କରୁଥିଲେ । ବିଟ୍ଟା କରାଟେ ଯିଏ, ୯୦ ଦଶକରେ ବିପୁଳ ସଂଖ୍ୟାରେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିଲା । ସେହପରି କୁଖ୍ୟାତ ଆତଙ୍କବାଦୀ ସୟେଦ ସଲ୍ଲାଉଦ୍ଦିନଙ୍କ ପୁଅକୁ ସୟେଦ ଅବ୍ଦୁଲ ମୁଇଦକୁ ମଧ୍ୟ ସରକାରୀ ଚାକିରୀରୁ ବାହାର କରିଦିଆଯାଇଛି ।