ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବସ୍ ମାଲିକଙ୍କ ସହ ଦୁଇ ଜଣଙ୍କ ମତ୍ୟୁ, ୫ ଗରୁତର

359

କନକ ବ୍ୟୁରୋ : ରାଉରକେଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବସ୍ ମାଲିକଙ୍କ ସହ ଦୁଇ ଜଣଙ୍କ ମତ୍ୟୁ, ୫ ଗୁରୁତର । ରାସ୍ତା କଡରେ ଠିଆ ହୋଇଥିବା ହାଇୱାକୁ ପଛପଟୁ ଏକ ବସ୍ ପଟିଛି । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ଏନଏଚ୍ ୧୪୩ ଚାନ୍ଦିପୋସରେ ଘଟିଛି ଏଭଳି ଦୁର୍ଘଟଣା । ଗୁରୁତରଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଅଣାଯାଇଥିଲା । ପରେ ୫ ଜଣ ଗୁରୁତରଙ୍କୁ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପ୍ରଭା ନାମକ ଏହି ବସ ଦୁର୍ଘଟଣାଗସ୍ତ ହୋଇଛି ।