ଓଡ଼ିଶା ମିଲେଟ୍ସ ମିଶନର ଅଭିନବ ପ୍ରୟାସ: ରାଜଧାନୀର ବିଭିନ୍ନ ପାର୍କ ସାମ୍ନାରେ ଖୋଲିଲା ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଫୁଡ୍ ଷ୍ଟଲ

473

କନକ ବ୍ୟୁରୋ: ପୁଷ୍ଟିଶସ୍ୟର ଉତ୍ତମ ଗୁଣବତ୍ତା ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଚଳିତ ବର୍ଷ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରାଯାଇ ବିଭିନ୍ନ କାର୍ୟ୍ୟକ୍ରମ କରାଯାଉଛି । ଏଥିମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ପାର୍କ ସମ୍ମୁଖରେ ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଷ୍ଟଲ୍ ଖୋଲାଯାଇଛି । ଯାହାକୁ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ପରିଚାଳନା କରାଯାଉଛି । ଷ୍ଟଲରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଲଡ଼ୁ, ପିଠା, ସୁପ, କାକରା, ଖୁରମା, ନିମିକି ଆଦି ଭଳି ବିଭିନ୍ନ ଖାଦ୍ୟ ବିକ୍ରି କରାଯାଉଛି । ଏହି ଷ୍ଟଲ୍ ଆସନ୍ତା ୨୭ ରୁ ୨୯ ପର୍ୟ୍ୟନ୍ତ ଭୁବନେଶ୍ୱର ସ୍ଥିତ ବୁଦ୍ଧ ପାର୍କ, ମହାତ୍ମା ଗାନ୍ଧୀ ପାର୍କ ଏବଂ କେଳୁଚରଣ ପାର୍କ ରେ ଖୋଲାଯିବା ନେଇ ବ୍ୟବସ୍ଥା କରାଯାଇଛି ।