ବ୍ରାଣ୍ଡ ଅସଲି…ମାଲ ନକଲି : ଖାଲି ନକଲି ମଦ ନୁହେଁ ପାନ ମସଲା ବି ଭେଜାଲ; ଚଢାଉ ବେଳେ ଗଜପତି, ଜଳେଶ୍ବର ଏବଂ କୋରାପୁଟରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କଲା ପୋଲିସ

277

କନକ ବ୍ୟୁରୋ : ସାରା ରାଜ୍ୟରୁ ନକଲି ଖାଦ୍ୟ ସାମଗ୍ରୀ ଜବତ ନେଇ ପ୍ରତିଦିନ ଖବର ସାମନାକୁ ଆସୁଥିବା ବେଳେ ଚିନ୍ତାରେ ପଡିଗଲେଣି ଖାଉଟି । କେଉଁଟା ଅସଲି କେଉଁଟା ନକଲି ତାକୁ ନେଇ ଦ୍ୱଦ୍ୱରେ ପଡୁଛନ୍ତି । ଆଉ ଏତିକିବେଳେ ନିଶା ଦ୍ରବ୍ୟର ନକଲି କାରବାର ସାମନାକୁ ଆସିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ,ବ୍ରାଣ୍ଡ ଅସଲି ହେଲେ ମଦ ନକଲି । କୋରାପୁଟ କୋଟପାଡ଼ ବ୍ଲକର କୁଂଜୁଗୁଡା ଗାଁରେ ଏକ ନକଲି ମଦ କାରଖାନା ଉପରେ ପୁଲିସ ଚଢାଉ କରିଛି ।

ଚଢାଉ ବେଳେ ବିପୁଳ ପରିମାଣର ନକଲି ମଦ ସହ ଡୁପ୍ଲିକେଟ କାରବାର ପାଇଁ ବ୍ୟବହାର ହେଉଥିବା ସାମଗ୍ରୀକୁ ଜବତ କରିଛି । ଏଠାରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ବୋତଲରେ ନକଲି ମଦ ଭର୍ତ୍ତି କରି ବିକ୍ରି କରାଯାଉଥିଲା । ଥରେ ଭାବନ୍ତୁ ଏହି ନକଲି ମଦ ବଜାରକୁ ପହଚିଂଗଲେ,ପିଉଥିବା ଲୋକଙ୍କ ଅବସ୍ଥା କଣ ହେବ । ଖାଲି ନକଲି ମଦ କାରବାର ହେଉନାହିଁ ପାନ ମସଲା ବି ନିକଲି ତିଆରି ହେଉଛି । ଖବର ପାଇ ପୁଲିସର ଚଢାଉ ବେଳେ ବ୍ୟାପକ ପରିମାଣର ନକଲି ପାନ ମସଲା ଜବତ ହୋଇଛି ଗୋଟିଏ ଗଜପତି ଓ ଆଉ ଗୋଟେ ଜଳଶ୍ୱେର ଷ୍ଟେସନ ବଜାର ଅଂଚଳର। ଆଜି ଭୁବନେଶ୍ୱର ଏସଟିଏଫ ତରଫରୁ ଅତିରିକ୍ତ ଏସପି ତେଜେଶ୍ୱର ପଟେଲଙ୍କ ନେତୃତ୍ୱରେ ଜଳେଶ୍ୱର ଷ୍ଟେସନ ବଜାର ଓ ଝାଡେଶ୍ୱରପୁର ଅଂଚଳରେ ଚଢାଉ କରାଯାଇଥିଲା ।

ଏସଟିଏଫର ଏହି ଚଢାଉ ବେଳେ ବିପୁଳ ପରିମାଣର ନକଲି ପାନ ମସଲା ଜବତ ହୋଇଛି । ସ୍ପେଶାଲ ଟାକ୍ସ ଫୋର୍ସ କାରବାରରେ ସଂପୃକ୍ତ ଚନ୍ଦନ ଚୌରାସିଆ ଓ ଅଶୋକ ସାହୁ ନାମକ ଦୁଇ ଜଣ ବେପାରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ପାନରେ ବ୍ୟବହାର ହେଉଥିବା ଗୋପାଳ ଜର୍ଦ୍ଦା ଓ ଅନ୍ୟାନ୍ୟ ଜର୍ଦ୍ଦାକୁ ନକଲି କରି ଏମାନେ ବଜାରକୁ ଛାଡୁଥିଲେ । ସେହିପରି ଗଜପତି ପାରଳାଖେମୁଣ୍ଡିରେ କାଶୀନଗର ପୁଲିସ ଚଢାଉ କରି ବିପୁଳ ପରିମାଣର ଗୁଟଖା ଜବତ କରିଛି । ସହର ଉପକଂଣ୍ଠ ରାମାୟାଗୁଡାରେ ଏକ ଗୋଦାମ ଘରେ ବେଆଇନ ଭାବେ ଗଚ୍ଛିତ ଥିବା ୯୩ ବସ୍ତା ନକଲି ଗୁଟଖା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ହେବ ବୋଲି ପୁଲିସ କହିଛି ।