ତାମିଲନାଡୁରେ ମେ ମାସରେ ହେବ ବିଧାନସଭା ନିର୍ବାଚନ । ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦିଙ୍କୁ କଲେ ଟାର୍ଗେଟ

96

କନକ ବ୍ୟୁରୋ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାମିଲନାଡୁରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଆସନ୍ତା ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ କୋଏମ୍ବାଟୁରରେ ଆଜି ରୋଡ ଶୋ କରି ପ୍ରଚାରର ଶୁଭାରମ୍ଭ କରିଛନ୍ତି ରାହୁଲ । ଏହି ଅବସରରେ ସେ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଦେଶର ଯୁବକଙ୍କୁ ଚାକିରି ଦିଆଯାଇ ପାରୁନାହିଁ । ଅର୍ଥବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁୁଡି ପଡିଛି । ଦେଶର ବ୍ୟାଙ୍କିଙ୍ଗ ସିଷ୍ଟମ ଉପରେ ୧୦ରୁ ୧୫ ଜଣ ଉଦ୍ୟୋଗପତି କବଜା କରିଛନ୍ତି । ଅର୍ଥ ବ୍ୟବସ୍ଥାର ବିକାଶ ପାଇଁ ସମନ୍ୱୟ ଜରୁରୀ, ହେଲେ ମୋଦି ସରକାର ସବୁଠାରେ ଅସମାନତା ବଢାଉଛନ୍ତି । ଏଥିସହ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମନରେ ତାମିଲ ଲୋକଙ୍କ ପାଇଁ, ସଂସ୍କୃତି ଓ ଭାଷା ପାଇଁ କୌଣସି ସମ୍ମାନ ନାହିଁ ।