ବଲାଙ୍ଗୀର : ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦାଦାଗିରି, ପ୍ରତିକ୍ରିୟା ପାଇଁ ଯାଇଥିବା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର

20

କନକ ବ୍ୟୁରୋ : ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦାଦାଗିରି । ସାଧାରଣ ମାନବିକତା ଭୁଲିଗଲେ ବଲାଙ୍ଗୀର ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ । କନକ ନ୍ୟୁଜର ମହିଳା ସାମ୍ବାଦିକାଙ୍କୁ କଲେ ଦୁର୍ବ୍ୟବହାର । ଖବର ସଂଗ୍ରହ ପାଇଁ ଯାଇଥିବା ବଲାଙ୍ଗୀର ପ୍ରତିନିଧିଙ୍କୁ ଜୋରଜବରଦସ୍ତ ବ୍ୟାଙ୍କରୁ ବାହାର କରିଦେଲେ । ବଲାଙ୍ଗୀରର ଏହି ନିର୍ଦ୍ଦିଷ୍ଟ ଆଇସିଆଇସିଆଇ ବ୍ୟାଙ୍କ ଶାଖା, ଗ୍ରାହକଙ୍କଠାରୁ ୧୦ ଟଙ୍କିଆ କଏନ ଗ୍ରହଣ କରୁନଥିବା ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ । କନକ ନ୍ୟୁଜ ଦେଖାଇଥିଲା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନୂଆ ନିୟମ ।

ଆରବିଆଇ ନିର୍ଦ୍ଦେଶ ଥିବା କହି ବ୍ୟାଙ୍କର କିଛି କର୍ମଚାରୀ ସିଧାସଳଖ ୧୦ ଟଙ୍କିଆ କଏନ ଗ୍ରହଣ କରିବାକୁ ରାଜି ହେଉନଥିବା କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଥିଲା । ତେବେ ଏ ସଂପର୍କରେ ପ୍ରତିକ୍ରିୟା ନେବାକୁ ଗଲାବେଳେ ବଲାଙ୍ଗୀର ପ୍ରତିନିଧି ଜ୍ୟେତ୍ସ୍ନାରାଣୀ ଦାସଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ । ବ୍ୟାଙ୍କର ଏଭଳି ଆଚରଣକୁ ତୀବ୍ର ନିନ୍ଦା କରିଛି ବଲାଙ୍ଗୀର ସାମ୍ବାଦିକ ସଂଘ । ଜଣେ କର୍ତ୍ତବ୍ୟରତ ସାମ୍ବାଦିକାଙ୍କୁ ଅସଦ ବ୍ୟବହାର ପ୍ରତିବାଦରେ ଧାରଣାରେ ବସିଛନ୍ତି ଜିଲ୍ଲାର ସମସ୍ତ ସାମ୍ବାଦିକ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :