ବାରବାଟୀରେ ଦିନିକିଆ ମ୍ୟାଚ ପ୍ରସ୍ତୁତି: ଗ୍ରାଉଣ୍ଡ ପରିଦର୍ଶନ କଲେ ବିସିସିଆଇ ମ୍ୟାନେଜର ଏମ. ଶ୍ରୀଧର

11

କନକ ବ୍ୟୁରୋ : ବାରବାଟୀ ଦିନିକିଆ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଗ୍ରାଉଣ୍ଡରେ ପ୍ରାୟତଃ ପ୍ରସ୍ତୁତି ଶେଷ ହୋଇଛି । ଇଂଲଣ୍ଡ- ଇଣ୍ଡିଆ ମ୍ୟାଚ ଆଗରୁ ଆଜି ଗ୍ରାଉଣ୍ଡ ବୁଲି ଦେଖିଛନ୍ତି ବିସିସିଆଇ ମ୍ୟାନେଜର ଏମ. ଶ୍ରୀଧର । ଏହାପରେ ପିଚ୍ ଅବସ୍ଥା ସମ୍ପର୍କରେ କ୍ୟୁରେଟରଙ୍କ ସହ ଆଲୋଚନା କରିଛନ୍ତି ଏମ.ଶ୍ରୀଧର । ଓସିଏ କର୍ମକର୍ତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଜାନୁଆରୀ ୧୯ରେ ବାରବାଟୀରେ ଇଂଲଣ୍ଡ-ଇଣ୍ଡିଆ ଦିନିକିଆ ମ୍ୟାଚ ଖେଳାଯିବ । ବୋତଲ ଫିଙ୍ଗାକୁ ନେଇ ବିବାଦରେ ଥିବା ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି ଓସିଏ ।