ଭୁବନେଶ୍ୱର : ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ

18

କନକ ବ୍ୟୁରୋ : ଚାକିରିର ଲୋଭ ଦେଖାଇ ଯୁବତୀଙ୍କ ସହ ସାଙ୍ଘାତିକ ଖେଳ । ରୋଜଗାର ଆଶାରେ ରାଜଧାନୀ ଆସି ଦୁଷ୍କର୍ମର ଶିକାର ହୋଇଛନ୍ତି ଯୁବତୀ । ମାସିକ ୧୫ ହଜାର ଟଙ୍କା ଦରମାରେ ଚାକିରି ଦେବାକୁ କେନ୍ଦ୍ରାପଡାରୁ ଫୁସୁଲେଇ ଆଣିଥିବା ଯୁବତୀଙ୍କ ସର୍ବସ୍ୱ ଲୁଟି ନେଇଛି ଜଣେ ଯୁବକ ।

ଯୁବତୀ ଜଣକ ଥାନାରେ ଦେଇଥିବା ଅଭିଯୋଗକୁ ନେଇ ପୁଲିସ୍ ତଦନ୍ତ କରୁଛି । ଏନେଇ ମଂଚେଶ୍ୱର ଥାନାରେ ମାମଲା ରୁଜୁ କରିଥିବା ବେଳେ, ମହିଳା ଥାନାରେ ୧୬୧ ଧାରାରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତ ଓ ପୀଡିତା ପରସ୍ପରକୁ ପୂର୍ବରୁ ଜାଣିଛନ୍ତି ବୋଲି ପୁଲିସର ତଦନ୍ତ କହୁଛି । ତେବେ ପୁଲିସ୍ ଅଭିଯୁକ୍ତର ପତ୍ତା ପାଇଥିବା ବେଳେ, ଗିରଫ କରିବାରେ ସକ୍ଷମ ହୋଇ ପାରିନି । ସେପଟେ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।