ବିଜେପି ବନାମ ବିଜୟ ! ବରିଷ୍ଠ ନେତାଙ୍କୁ କୋଣଠେସା କରିବା ଅଭିଯୋଗରେ ଗର୍ଜିଲେ ସମର୍ଥକ

16

କନକ ବ୍ୟୁରୋ : ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିରେ କଣଠେସା ହୋଇ ରହିଥିବା ବେଳେ ତାଙ୍କ ସମର୍ଥନରେ ପ୍ରତିବାଦ କରିଛନ୍ତି ସମର୍ଥକ । ଦଳରେ ତାଙ୍କୁ ଅସମ୍ମାନ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ରଙ୍କ ସମର୍ଥକ । ମହାକାଳପଡା, ମାର୍ଶାଘାଇ, ଗରଦପୁର ଏବଂ ଡେରାବିଶ ବ୍ଲକର ଶତାଧିକ ବିଜେପି କର୍ମୀ ଏବଂ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ସମେତ ୯ ଟି ଯାକ ମଣ୍ଡଳର ସଭାପତି ଏକତ୍ରିତ ହୋଇ ବିଜୟଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ସ୍ୱର ଉଠାଇଛନ୍ତି ।

ଏନେଇ ମାର୍ଶାଘାଈ ବ୍ଲକ ମଣି ମନ୍ଦିର ପରିସରରେ ବିରାଟ ସମାବେଶ କରିଛନ୍ତି । ଚଳିତ ମାସ ୧୧ ତାରିଖ ଦିନ କେନ୍ଦ୍ରାପଡା ବଳଦେବଜୀଉଙ୍କ ରଥଦାଣ୍ଡରେ ହେବାକୁ ଥିବା ବିଜେପି ଦଳର ସାଧାରଣ ସଭା ଏବଂ ମିଶ୍ରଣ କାର୍ଯ୍ୟକ୍ରମକୁ ବିଜୟ ମହାପାତ୍ରଙ୍କୁ ନିମନ୍ତ୍ରଣ କରାନଯିବା ସହିତ ଏହି କାର୍ଯ୍ୟକ୍ରମ ସଂପର୍କରେ ଜଣା ଯାଇନଥିବା ସମର୍ଥକ ମାନେ ଅଭିଯୋଗ କରିଛନ୍ତି । ଦଳକୁ ଦୁର୍ବଳ କରିବା ପାଇଁ ଜିଲ୍ଲାର କେତେ ଜଣ ନେତା ଷଡଯନ୍ତ୍ର କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।