୪୫ ବର୍ଷ ପୂର୍ବରୁ ଆଜିର ଦିନରେ ଗିରଫ ହୋଇଥିଲେ ଇନ୍ଦିରା ଗାନ୍ଧୀ, ପ୍ରଧାନମନ୍ତ୍ରୀ ପଦରେ ଥାଇ ବାନ୍ଧିଥିଲା ପୋଲିସ

694

କନକ ବ୍ୟୁରୋ : ଭାରତୀୟ ଗଣତନ୍ତ୍ରରେ ଅକ୍ଟୋବର ୩ ତାରିଖ ଏକ ଐତିହାସିକ ଦିନ । ୧୯୯୦ ଅକ୍ଟୋବର ୩ ତାରିଖରେ ପଶ୍ଚିମ ଜର୍ମାନୀ ଓ ପୂର୍ବ ଜର୍ମାନୀ ମିଶି ଯାଇଥିଲେ । ଏହା ବିଶ୍ୱ ଇତିହାସର ପ୍ରଥମ ଘଟଣା ଥିଲା । ଗୋଟିଏ ବିଭାଜିତ ଦେଶ ଜନଆନ୍ଦୋଳନର ପ୍ରଭାବରେ ଏକ ହୋଇପାରିଥିଲା । ସେହିଭଳି ଭାବେ ଆଜିର ଦିନରେ ବିଶ୍ୱର ଅନେକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥିଲା ।

  • ୧୮୩୧ ମସିହା ଆଜିର ଦିନରେ ମୈସୁର ଉପରେ ବ୍ରିଟିସ ଦଖଲ କରିଥିଲା
  • ୧୮୬୬ ଆଜିର ଦିନରେ ଇଟାଲି ଓ ଅଷ୍ଟ୍ରେଲିଆ ମଧ୍ୟରେ ବିୟନା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା
  • ୧୯୫୨ ଆଜିର ଦିନରେ ବ୍ରିଟେନ ତରଫରୁ ପ୍ରଥମ ପରମାଣୁ ପରୀକ୍ଷଣ ହୋଇଥିଲା
  • ୧୯୫୨ ଆଜିର ଦିନରେ ବ୍ରିଟେନ ଲୋକଙ୍କ ପାଇଁ ଚା ପିଇବା ଉପରେ ଥିବା କଟକଣା ଉଠାଇ ନିଆଯାଇଥିଲା ।
  • ୧୯୮୪ ଆଜିର ଦିନରେ ପ୍ରଧାନମନ୍ତ୍ରୀ ପଦରେ ଇନ୍ଦିରା ଗାନ୍ଧୀ ଥିବା ବେଳେ ତାଙ୍କୁ ଦୁର୍ନୀତି ମାମଲାରେ ଗିରଫ ହେବାକୁ ପଡିଥିଲା । ଏହା ସ୍ୱାଧୀନ ଭାରତର ପ୍ରଥମ ଘଟଣା ଥିଲା । ଯାହାକି ଜଣେ କ୍ଷମତାସୀନ ପ୍ରଧାନମନ୍ତ୍ରୀଙ୍କୁ ପୋଲିସ ଗିରଫ କରିଥିଲା ।
  • ୨୦୧୮ ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂଯୁକ୍ତ ରାଷ୍ଟ୍ର ତରଫରୁ ସର୍ବୋଚ୍ଚ ପର୍ଯ୍ୟାବରଣ ପୁରସ୍କାର ‘ଚମ୍ପିଆନ୍ସ ଅଫ ଦ ଆର୍ଥ’ ପ୍ରଦାନ କରାଯାଇଥିଲା ।
  • ୨୦୨୧ ଆଜିର ଦିନରେ ଉତ୍ତର ପ୍ରଦେଶ ଖେରୀ ଠାରେ କୃଷି ଆଇନ ବିରୋଧରେ ପ୍ରତିବାଦ କରୁଥିବା ଚାଷୀଙ୍କ ଉପରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରୁଅ ଗାଡି ଚଢାଇ ଦେଇଥିଲା ।