ଆଧାର ନମ୍ବରରେ ହ୍ୟାକ ହୋଇଯିବକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ? ସୁରକ୍ଷା ପାଇଁ କରନ୍ତୁ ଏଭଳି ଉପାୟ

667

କନକ ବ୍ୟୁରୋ: ଆପଣଙ୍କ ଆଧାର କାର୍ଡ ଆଜିକା ଦିନରେ ଆପଣଙ୍କର ସବୁଠୁ ବଡ ପରିଚୟ । ଏଲପିଜି ସବସିଡି, ବ୍ୟାଙ୍କଖାତା ଇସ୍ୟୁ କରିବା ଠାରୁ ଆରମ୍ଭ କରି ରିଟର୍ଣ୍ଣ ଭରିବା ପର୍ଯ୍ୟନ୍ତ ସବୁ କାମରେ ଏହି ଆଧାର କାର୍ଡ ହିଁ ମୁଖ୍ୟ । ଏହା ବିନା କିଛି କାମ ହେବା ଅସମ୍ଭବ । ଆଧାର କାର୍ଡର ଅବଶ୍ୟକତା ବଢୁଥିବାବେଳେ ଏହାକୁ ନେଇ ଠକେଇ ମାମଲା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଆଧାର କାର୍ଡରୁ ତଥ୍ୟ ନେଇ ଠକ ବ୍ୟାଙ୍କ ଖାତା ପୁରାପୁରି ଖାଲି କରିଦେଉଥିବା ଅନେକ ଘଟଣା ସାମନାକୁ ଆସିଛି ।

ତେଣୁ ଏଥିରୁ ବର୍ତ୍ତିବେ କିପରି ?

ଆଧାର କାର୍ଡକୁ ସବୁସ୍ଥାନରେ ଉପସ୍ଥାପନ ନକରି କ’ଣ କଲେ ଆପଣ ଏଭଳି ଠକେଇରୁ ବର୍ଞ୍ଚିବେ ସେନେଇ ଜାଣିବା ନିହାତି ଦରକାର । ପୁରା ଜୀବନ କାଳରେ ଆପଣଙ୍କୁ ଥରେ ମାତ୍ର ଆଧାରକାର୍ଡ ଜାରିହୁଏ । ହେଲେ ଯଦି ଏହାକୁ ନେଇ କିଏ ଆପଣଙ୍କୁ ଠକିନିଏ ! ତେଣୁ ଏଥିରୁ ବର୍ତ୍ତିବାକୁ ମଧ୍ୟ କିଛି ବାଟ କାଢିଛନ୍ତିି ସରକାର ।

ଆଧାର କାର୍ଡରେ ଆମର ସବୁ ବ୍ୟକ୍ତିଗତ ତଥ୍ୟ ରହିଥାଏ । ତେଣୁ କେଉଁଠି ଆଧାର କାର୍ଡ ଦେବାକୁ ପଡିଲେ ଆମ ମନରେ ଶଙ୍କା ସୃଷ୍ଟି ହେବା ସ୍ୱାଭାବିକ । ପ୍ରଶ୍ନ ଭିତରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଆମ ଅଧାର କାର୍ଡକୁ ନେଇ କେହି ଆମ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ କରିଦେବନି ତ? ତେବେ ଏହାର ଉତ୍ତର ହେଉଛି ନାଁ ।

ୟୁଆଇଡିଏଆଇ ଟ୍ୱିଟ କରି ଏନେଇ ସୂଚନା ଦେଇଛି । UIDAI ଉଲ୍ଲେଖ କରିଛି ଯେ, ‘କେବଳ ଆଧାର ନମ୍ବର ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ ୍ହୋଇପାରିବ ନାହିଁ । ଯଦି ଆପଣ ନିଜର ଆଧାର ନମ୍ବର କାହାକୁ ଜଣାଇବାକୁ ଚାହୁଁନାହାଁନ୍ତି ତେବେ, ଆପଣ ‘VID’ ତଥା Masked aadhar card ର ବ୍ୟବହାର କରିପାରିବେ । ଏବେ ଏହାକୁ ଅନେକ କ୍ଷେତ୍ରରେ ଗ୍ରହଣ କରାଯାଉଛି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଯଦି ଆପଣଙ୍କୁ କୌଣସି ସ୍ଥାନରେ ଆଧାରକାର୍ଡ ପୈଠ କରିବା ବାଧ୍ୟତାମୂଳକ ସେଠାରେ ଆପଣ ମାସ୍କଡ୍ ଆଧାର କାର୍ଡ ପୈଠ କରିପାରିବେ । ଏହାକୁ ୟୁଆଇଡିଏଅଇ ଅଫିସିଆଲ ୱେବସାଇଟରୁ ଡାଉନଲୋଡ କରିପାରିବେ ।
ମୂଳ ଆଧାର କାର୍ଡ ଓ Masked aadhar card ଭିତରେ ଫରକ୍ କ’ଣ?

ମୂଳ ଆଧାର କାର୍ଡରେ ୧୨ ଟି ଯାକ ନମ୍ବର ଦେଖାଯାଏ କିନ୍ତୁ Masked aadhar cardରେ ମାତ୍ର ୪ଟି ଅଙ୍କ ଦଶ୍ୟମାନ ହେଉଥିବାବେଳେ ବାକି ଏହି ୮ ଅଙ୍କ ବିଶିଷ୍ଟ ନମ୍ବରକୁ ଲୁଚାଇଦିଆଯାଏ । ନମ୍ବର ଜାଗାରେ କେବଳ xxxx-xxxx ଦେଖାଯାଏ ।

ଏହାକୁ ଡାଉନଲୋଡ କରିବେ କିପରି?
ଯଦି ଆପଣ ମାସ୍କର୍ଡ ଆଧାର କାର୍ଡ ଡାଉନଲୋଡ କରିବାକୁ ଚାହୁଁଛନ୍ତି, ତେବେ ୟୁଆଇଡିଏଅଇର ୱେସାଇଟ୍ ଯାଇ ‘Do you want a masked Aadhar‘ ବିକଳ୍ପକୁ ବାଛିବେ । ଏଠାରେ ଆବଶ୍ୟକ ତଥ୍ୟକୁ ଭରିବା ପରେ ମାସ୍କର୍ଡ ଆଧାର କାର୍ଡ ଡାଉନଲୋଡ କରିବେ ।

ସରକାରଙ୍କ କହିବା କଥା ଯେ, କୌଣସି ସଂସ୍ଥାକୁ ଅପଣଙ୍କ ଓରିଜିନାଲ ଆଧାର କାର୍ଡ କିମ୍ବା ଏହାର ଫଟୋ କପି ଦେବା ଅନୁଚିତ । କାରଣ କେହି ବି ଏହାର ଦୁରୂପଯୋଗ କରି ଆପଣଙ୍କୁ ହଇରାଣରେ ପକାଇପାରେ । ତେଣୁ ଏଥିରୁ ବର୍ତ୍ତିବାକୁ ମାସ୍କଡ ଆଧାର କାର୍ଡ ବ୍ୟବହାର କରନ୍ତୁ ।