ବାବ୍ରି ମସଜିଦ୍ ଭଂଗା ମାମଲା ! ସୁପ୍ରିମକୋର୍ଟରେ ଆଡଭାନୀ ଓ ଯୋଶୀଙ୍କ ରାୟ ସଂରକ୍ଷିତ

21

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ବାବ୍ରି ମସଜିଦ୍ ଭଂଗା ମାମଲାରେ ଆଡଭାନୀ ଓ ଯୋଶୀଙ୍କ ରାୟ ସଂରକ୍ଷିତ ରହିଛି । ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଉମା ଭାରତୀଙ୍କ ବିରୋଧରେ ପୁଣି ଥରେ ବାବ୍ରି ମସଜିଦ୍ ଭଂଗା ଷଡଯନ୍ତ୍ର ମାମଲା ଚାଲୁ ରଖିବାକୁ ସିବିଆଇ ଆବେଦନ କରିଥିଲା । ସୁପ୍ରିମକୋର୍ଟ ଏହାକୁ ସଂରକ୍ଷିତ ରଖିଛନ୍ତି ।

ଏଥିସହ ଏହି ନେତାଙ୍କ ବିରୋଧରେ ଚାଲିଥିବା ମାମଲା ରାଏବରେଲିରୁ ଲକ୍ଷ୍ନୌ ଅଦାଲତରୁ ସ୍ଥାନାନ୍ତର ହେବ । ଗୋଟିଏ ଅଦାଲତରେ ଚାଲିବ ଯୁଗ୍ମ ବିଚାର । ୨୫ ବର୍ଷ ତଳର ଏହି ମାମଲାକୁ ଆସନ୍ତା ଦୁଇ ବର୍ଷ ଭିତରେ ସାରିବାକୁ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ଆସନ୍ତା ମଙ୍ଗଳବାର ସୁଦ୍ଧା ମାମଲା ସହ ଜଡିତ ସମସ୍ତେ ଲିଖିତ ଭାବେ ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ଖଣ୍ଡପୀଠ ସୁଯୋଗ ଦେଇଛନ୍ତି ।