ପାକିସ୍ତାନ ନିର୍ବାଚନ ୨୦୧୮ : କ୍ୱେଟା ମତଦାନ କେନ୍ଦ୍ରରେ ବିସ୍ଫୋରଣ, ୨୫ ମୃତ

49

କନକ ବ୍ୟୁରୋ : ବୁଧବାର ଦିନ ପାକିସ୍ତାନ ଅଧିକୃତ ବାଲୋଚିସ୍ତାନର ରାଜଧାନୀ କ୍ୱେଟାରେ ଗୋଟାଏ ବିସ୍ଫୋରଣ ଘଟି ୨୫ ଜଣ ନିହତ ହେବା ସହ ଅନ୍ୟ କେତେକ ବ୍ୟକ୍ତି ଆହତ ହୋଇଛନ୍ତି। ପାକିସ୍ତାନରେ ସାଧାରଣ ନିର୍ବାଚନ ଚାଲିଥିବା ଦିନ ଏହି ବସ୍ଫୋରଣ ଘଟିଛି।

ମିଳିଥିବା ଖବର ଅନୁସାରେ, ବିସ୍ଫୋରଣରେ ଅନ୍ୟୂନ ୨୩ ଜଣ ଲୋକ ନିହତ ହେବା ସହ ୧୨ ଜଣ ଆହତ ହୋଇଛନ୍ତି। କ୍ୱେଟାର ଏନଏ ୨୬୦ ନିର୍ବାଚନ ମଣ୍ଡଳୀରେ ଦିବା ୧୧ ଘଟିକା ସମୟରେ ବିସ୍ଫୋରଣ ଘଟିଛି। ପୁଲିସ ଗାଡ଼ି ଉପରକୁ ଏହି ବିସ୍ଫୋରକ ଆକ୍ରମଣ କରାଯାଇଥିଲା। ପାକିସ୍ତାନ ତେହରୀକ୍-ଏ-ଇନସାଫ୍ ନେତା ଏବଂ ସିନେଟର୍ ନିର୍ବାଚିତ ଚୌଧୁରୀ ମହମ୍ମଦ ସରଓ୍ଵାର୍ ଏହି ଘଟଣାକୁ ନିନ୍ଦା କରି କହିଛନ୍ତି କି, ଆତଙ୍କବାଦୀମାନେ ସଫଳ ହେବେ ନାହିଁ।

୨୦୧୮ ନିର୍ବାଚନରେ ଭୋଟରମାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ଆଜି କ୍ୱେଟ୍ଟା ଠାରେ ବହୁ ମୂଲ୍ୟବାନ ଜୀବନ ଗଲା ଓ ଅଗଣିତ ଜନତା ଆହତ ହେଲେ। ବାଲୋଚିସ୍ତାନରେ ଏଭଳି ଧାରାବାହିକ ଆତଙ୍କବାଦୀ ଆକ୍ରମଣକୁ ସରକାର ପ୍ରତିରୋଧ କରିବା କଥା। ଆତଙ୍କବାଦୀମାନେ ସଫଳ ହେବେ ନାହିଁ ବୋଲି ଆକ୍ରମଣ ପରେ ପରେ ଟୁଇଟ୍ କରିଛନ୍ତି ସରଓ୍ଵାର୍।

ଭୋଟ୍ ସମୟରେ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ରେକର୍ଡ ସଂଖ୍ୟକ ୩୭୧, ୩୮୮ ଜଣ ସୈନିକ ମୁତୟନ କରାଯାଇଛି। ସକାଳ ୮ଟା ବେଳେ ଆରମ୍ଭ ହୋଇଥିବା ଭୋଟ୍ ଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ।