Daily Archives

March 30, 2023

ରାଜଧାନୀରେ ମାତିଛନ୍ତି ବାଉନ୍ସର ଗ୍ୟାଙ୍ଗ। ଟଙ୍କା ନେଇ ବିବାଦୀୟ ଜମିକୁ କରୁଛନ୍ତି କବଜା।

କନକ ବ୍ୟୁରୋ: ଜାଗା ପୋଜେସନ ଦେବା ନାଁରେ ଦଲାଲ ସାଜିଛନ୍ତି ବାଉନସର । ବଟି ନେଇ ଜାଗାକୁ ଜବରଦସ୍ତ କବଜା କରୁଛନ୍ତି ଓ ଜମି ମାଲିକଙ୍କୁ ନାଲିଆଖି ଦେଖାଉଛନ୍ତି । ଏଭଳି ୭ଜଣ ବାଉନ୍ସରଙ୍କୁ ଗିରଫ କରି ଖୋଲା ଦେହରେ ଦୌଡି ବାନ୍ଧି ରାସ୍ତାରେ ଚଲାଇ ଚଲାଇ କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ ।…

ଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ। ରାଜନୀତିରୁ ଧର୍ମ ଅଲଗା ହେବା ଜରୁରୀ।

କନକ ବ୍ୟୁରୋ: ଘୃଣାଭାଷଣ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଯେତେବେଳେ ନେତା ରାଜନୀତିରେ ଧର୍ମର ବ୍ୟବହାର ବନ୍ଦ କରିବେ ସେତେବେଳେ ଘୃଣା ଭାଷଣ ବନ୍ଦ ହୋଇଯିବ । ଯେଉଁ ସମୟରେ ରାଜନୀତି ଓ ଧର୍ମ ଅଲଗା ହେବ…

ରାମନବମୀରେ ଦେଶର ବିଭିନ୍ନ ସ୍ଥାନରେ ଅଘଟଣ । ମଧ୍ୟପ୍ରଦେଶ ଇନ୍ଦୋରେ ଧସିଲା କୂଅ, ଚାଲିଗଲା ୧୩ରୁ ଅଧିକ ଜୀବନ

କନକ ବ୍ୟୁରୋ : ପବିତ୍ର ରାମନବମୀ ଦିନ ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି ବଡ ଧରଣର ଦୁର୍ଘଟଣା । ସହରରେ ଥିବା ପବିତ୍ର ବେଲେଶ୍ୱର ଶିବମନ୍ଦିରରେ ଥିବା କୂଅ ଧସିବା ଯୋଗୁଁ ୩୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ରହିଛି । ମଧ୍ୟାହ୍ନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଥିବା ସମୟରେ…

ଦେଶରେ ବିରୋଧ କିନ୍ତୁ ବିଦେଶରୁ ମିଳୁଛି ରାହୁଲ ଗାନ୍ଧୀଙ୍କୁ ସମର୍ଥନ, ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ଆମେରିକା ପରେ…

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ଘଟଣାକୁ ନେଇ ଦିନକୁ ବିବାଦ ତେଜିବାରେ ଲାଗିଛି । ଆମେରିକା ପରେ ଏବେ ରାହୁଲଙ୍କ ସମର୍ଥନ ଆସି ମୁହଁ ଖୋଲିଛି ଜର୍ମାନୀ   । ଜର୍ମାନୀ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଆନ୍ନାଲେନା ବେରବକ୍ ଟୁଇଟ କରି କହିଛନ୍ତି—ରାହୁଲଙ୍କ ସଦସ୍ୟତା ରଦ୍ଦ…

ପୁଣି ଡରାଇଲାଣି କୋଭିଡ । ଦେଶରେ ବଢ଼ୁଛି ସଂକ୍ରମଣ, ୩ହଜାର ଟପିଲା ଦୈନିକ ସଂକ୍ରମଣ

କନକ ବ୍ୟୁରୋ : ଦେଶରେ ପୁଣି କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଲାଣି । ଗତ ୨୪ ଘଣ୍ଟାରେ ଦେଶରୁ ୩ହଜାର ୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ସଂକ୍ରମଣ ବଢିନି ବଂର ଗତ ୨୪ ଘଂଟାରେ ୧୪ଜଣଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ…

ଶ୍ରୀରାମ ନବମୀରେ ଭୁବନେଶ୍ୱରରେ ବିରାଟ ବାଇକ୍ ରାଲି। ହାତରେ ଝଣ୍ଡା ଧରି ନାରା ଦେଲେ ହଜାର ହଜାର ଯୁବକ।

କନକ ବ୍ୟୁରୋ: ବରମୁଣ୍ଡାରେ ରାମ ନବମୀରେ ବିଶାଳ ବାଇକ ରାଲି । ଏଭଳି ଦୃଶ୍ୟ ହୁଏତ ରାଜଧାନୀବାସୀ ପୂର୍ବରୁ କେବେ ଦେଖିନଥିଲେ । ପ୍ରଥମଥର ପାଇଁ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଏକାଠି ହୋଇଛନ୍ତି ପ୍ରାୟ ୧୦ ହଜାର ଯୁବକ । ପବିତ୍ର ଶ୍ରୀରାମ ନବମୀରେ ଏଭଳି ବିରାଟ ଆୟୋଜନ କରିଛି ହିନ୍ଦୁ ଜାଗରଣ…