Daily Archives

July 9, 2022

ନିଜକୁ ହତ୍ୟା କରିବା ପୂର୍ବରୁ ହୃଦୟକୁ ଥରେ ପ୍ରଶ୍ନ କରନ୍ତୁ, ଶରୀରଠୁ ନିଜ ଆତ୍ମାକୁ ଦୂରେଇଦେବା ପୂର୍ବରୁ ଥରେ…

କନକ ବ୍ୟୁରୋ: ‘ଆତ୍ମହତ୍ୟା’... କିଏ ପ୍ରତାରିତ, କିଏ ପ୍ରାୟଶ୍ଚିତ ଆଉ କିଏ ନିର୍ଯାତିତ ପାଇଁ ନିଜ ଆତ୍ମାର ହତ୍ୟା କରେ । ସ୍ୱଇଚ୍ଛାରେ ନିଜକୁ ମାରିବା ଭଳି ଚରମନିଷ୍ପତି ନେଇଯାଏ ଜଣେ ଅବସାଦିତ ବ୍ୟକ୍ତି । ହେଲେ ଗୋଟିଏ ଆତ୍ମହତ୍ୟା ଯେ କେତେ ଆତ୍ମାକୁ ହତ୍ୟା କରେ ଆଉ ସଂସାର ଉଜାଡ଼ି ଦିଏ ତାହା…

ପୋଡପିଠା ପୂଜାକୁ ନେଇ ପାଟିତୁଣ୍ଡ। ମାଉସୀ ମାଆ ମନ୍ଦିରର ଦୁଇ ପୂଜକଙ୍କ ମଧ୍ୟରେ ପାଟିତୁଣ୍ଡ।

କନକ ବ୍ୟୁରୋ: ପୋଡପିଠା ପୂଜାକୁ ନେଇ ପାଟିତୁଣ୍ଡ। ରଥରେ ପୋଡପିଠା ପୂଜାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା। ମାଉସୀ ମାଆ ମନ୍ଦିରରେ ପୂଜକଙ୍କ ମଧ୍ୟରେ ବିବାଦ ହୋଇଛି। ବିବାଦ ପରେ ଦୁଇ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ମାଉସୀ ମାଆ ମନ୍ଦିରର…

ଆରପାରିରେ ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମସିଂ ଯାଦବଙ୍କ ପତ୍ନୀ ସାଧନା, ମେଦାନ୍ତା ହସ୍ପିଟାଲରେ ମୃତ୍ୟୁ ହୋଇଥିବା…

କନକ ବ୍ୟୁରୋ : ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ପରେ ତାଙ୍କ ମରଶରୀରକୁ ବିମାନ ଯୋଗେ ଲକ୍ଷ୍ନୌ ନିଆଯାଇଛି । ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ତାଙ୍କର ଦେହାନ୍ତ…

ଗଡିଲା ନନ୍ଦିଘୋଷ ରଥ। ବଡଦାଣ୍ଡ ଅଭିମୁଖେ ତିନି ରଥ।

କନକ ବ୍ୟୁରୋ: ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ପରେ ଶେଷରେ ଗଡିଛି ପ୍ରଭୁ ଜଗନ୍ନାଥଙ୍କ ରଥ । ବଡଦାଣ୍ଡ ଅଭିମୁଖେ ୩ ରଥ ବାହାରି ସାରିଛନ୍ତି । ମହାପ୍ରଭୁଙ୍କ ରଥକୁ ଭକ୍ତମାନେ ଶ୍ରଦ୍ଧାର ସହ ଟାଣିନେଉଛନ୍ତି । ପ୍ରବଳ ଉତ୍ସାହ ଓ ଭକ୍ତିମୟ ପରିବେଶ ଭିତରେ ଭକ୍ତମାନେ ରଥ ଟାଣି ଚାଲିଛନ୍ତି ।

ଆରମ୍ଭ ହେଲା ରଥଟଣା । ଗଡିଲା ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ

କନକ ବ୍ୟୁରୋ : ଆରମ୍ଭ ହେଲା ରଥ ଟଣା । ଗଡିଲା ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ । ପଛରେ ଆସୁଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ତେବେ ତିନି ଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ଭିତରେ ଠେଲା ପେଲା ଚାଲିଛି । ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଗଡିଲା ପରେ ,…

ଲୋକଙ୍କ ଆକ୍ରୋସରେ ଶିକାର ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ବାସଭବନ ଛାଡି ପଳାଇଥିବା ସୂଚନା

କନକ ବ୍ୟୁରୋ : ଥରେ ଜନତା ରାଗିଲେ ସେମାନେ କେଉଁ ସ୍ତରକୁ ଯାଇ ପାରନ୍ତି ତାହାର ଉଦାହରଣ ଆଜି ଦେଖିବାକୁ ମିଳିଛି ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ । ଏଠାରେ ଦୀର୍ଘଦିନ ହେବ ଆର୍ଥିକ ସ୍ଥିତି ଓ ମହାଙ୍ଗା ମାଡରେ ଅସ୍ତବ୍ୟସ୍ତ ଲୋକ ଆଜି ସିଧା ସଳଖ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ତାଙ୍କ…