ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସମ୍ବଲପୁର ଓ ନୟାଗଡ଼ରେ କରିବେ ପ୍ରଚାର ।

195

କନକ ବ୍ୟୁରୋ: ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସମ୍ବଲପୁର ଓ ନୟାଗଡ଼ରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ସେଠାରେ ଶାହା ଜନସଭାରୁ ସମ୍ବୋଧନ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ।

ବିଜେପି ଫୋକସରେ ଏବେ ଓଡ଼ିଶା ରହିଛି । ଜଣକ ପରେ ଜଣେ ବିଜେପିର କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସି ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି । ପ୍ରଧାନମମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନିଜ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିସାରିଛନ୍ତି । ସେହିପରି ବିଜେପି ହିମନ୍ତ ବିଶ୍ୱଶର୍ମାଙ୍କ ପରି ଦଳୀୟ ଷ୍ଟାର ପ୍ରଚାରକଙ୍କୁ ମଧ୍ୟ ଓଡ଼ିଶାକୁ ଆଣି ପ୍ରଚାର କରାଇଛି । ପ୍ରାୟ ପ୍ରତିଦିନ ବିଜେପିର କେହି ନା କେହି ବଡ଼ ନେତା ରାଜ୍ୟକୁ ଆସି ପ୍ରଚାର ଓ ରୋଡ ସୋ କରୁଛନ୍ତି ।