ପାଣି ପାଇଁ ଭୋଟ ବର୍ଜନ । ବାରମ୍ବାର ଜଣାଇବା ସତ୍ୱେ ଗାଁର ପାଣି ସମସ୍ୟାର ସମାଧାନ ହେଲାନି । ମତଦାନରୁ ବିରତ ରହିଲା ପୁରା ଗାଁ ।

200

କନକ ବ୍ୟୁରୋ: ପାଣି ପାଇଁ ଭୋଟ ଭୋଟ ବର୍ଜନ । ବାରମ୍ବାର ଜଣାଇବା ସତ୍ୱେ ଗାଁର ପାଣି ସମସ୍ୟାର ସମାଧାନ ହେଲାନି । ଆଉ ଏହାର ପ୍ରତିବାଦରେ ମତଦାନରରୁ ବିରତ ରହିଲା ପୁରା ଗାଁ । ବଲାଙ୍ଗୀର ପାଟଣାଗଡ଼ ବ୍ଲକ କଂହେଇଟଲ ଗାଁ ଲୋକ ମତଦାନରୁ ଦୁରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ । ଆଉ କୌଣସି ଲୋକ ଭୋଟିଂ ପାଇଁ ଯାଇ ନଥିଲେ ।

ଗାଁରେ ୫୩୦ ଜଣ ଭୋଟର ରହନ୍ତି, ହେଲେ ସେମାନଙ୍କ ଦୁଃଖ ସମସ୍ୟା ପ୍ରତି କେହି ଧ୍ୟାନ ଦେଉନଥିବା ଗାଁ ଲୋକ ଅଭିଯୋଗ କରିଆସୁଛନ୍ତି । ବିଭିନ୍ନ ସମସ୍ୟା ନେଇ ସେମାନେ ପ୍ରଶାସନ ପାଖରେ ବାରମ୍ବାର ଗୁହାରୀ ମଧ୍ୟ କରିଛନ୍ତି । କିନ୍ତୁ ସମାଧାନ ନହେବାରୁ ଶେଷରେ ସେମାନେ ଭୋଟବର୍ଜନ କରିଛନ୍ତି ।