କଟକରେ ବିଜେପି ପତାକା କାଢିଦେଲା ପୋଲିସ । ପୁଲିସ- ବିଜେପି କର୍ମୀଙ୍କ ମଧ୍ୟରେ କଥା କଟାକଟି ।

5,009

କନକ ବ୍ୟୁରୋ: ବିଜେପି ପତକା କାଢିବାକୁ ନେଇ କଟକରେ ଉତ୍ତେଜନା । ପୁଲିସ ଗାଡିକୁ ଅଟକାଇଲେ ବିଜେପି ର୍କମୀ । ପୁଲିସ- ବିଜେପି କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କର ଭିଡିଓ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତକାଲି ନିର୍ବାଚନୀ ପ୍ରଚାର ପାଇଁ କଟକ ଯିବାର ଅଛି । ସେଥିପାଇଁ ବିଜେପି ପକ୍ଷରୁ ସହରରେ ବିଭିନ୍ନ ସ୍ଥାନରେ ଦଳର ପତକା ଲଗାଯାଇଥିଲା । କଟକ ଚାନ୍ଦିନୀଚୌକ ଛକରେ ଲାଗିଥିବା ବିଜେପି ପତକା ପୁଲିସ କାଢିନେଉଥିବା ବେଳେ ବିଜେପି କର୍ମୀମାନେ ପୁଲିସ ଗାଡିକୁ ଅଟକାଇଛନ୍ତି । ଯାହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ମୋଦୀଙ୍କ ଗସ୍ତ ପୂର୍ବରୁ ଏଭଳି କରି ବିଜେଡିକୁ ସୁହାଇଲା ଭଳି ପୁଲିସ କାମ କରୁଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି ।