ଅନଲାଇନ ଫ୍ରଡ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ: ୧୫ଦିନରେ ବନ୍ଦ ହେବ ଫର୍ଜୀ ୧୮ଲକ୍ଷ ମୋବାଇଲ ସିମ ଓ କନେକ୍ସନ

227

କନକ ବ୍ୟୁରୋ: ବନ୍ଦ ହେବ ସାଇବର ଠକେଇରେ ବ୍ୟବହୃତ ୧୮ ଲକ୍ଷ ମୋବାଇଲ ସିମ କ୍ୟାଡ ଓ ହ୍ୟାଣ୍ଡସେଟ ସହ କନେକ୍ସନ । ସାଇବର ଅନଲାଇନ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏଥିସହ ୧୮ ଲକ୍ଷ ୬ ହଜାର ମୋବାଇଲ ଫୋନକୁ ମଧ୍ୟ ବ୍ଳକ କରାଯିବ । ଏହି ସବୁ ମୋବାଇଲରେ ହଜାର ହଜାର ସିମ କାର୍ଡ ପଡିଥିବା ଜଣାପଡିବା ପରେ ଏଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୮ ହଜାରରୁ ଅଧିକ ମୋବାଇଲ ବ୍ଲକ କରାଯାଇଥିବା ବାକି ମୋବାଇଲ ଗୁଡିକ ଖୁବଶୀଘ ବ୍ଲକ କରାଯିବ । ନ୍ୟାସନାଲ ସାଇବର କ୍ରାଇମ ପୋର୍ଟାଲରୁ ମିଳିଥିବା ସୂଚନା ମୁତାବକ, ୨୦୨୩ରେ ଆମ ଦେଶରେ ୧୦ ହଜାର ୩୧୯ କୋଟି ଟଙ୍କାର ଠକେଇ ହୋଇଛି । ଏନେଇ ୬ ଲକ୍ଷ ୯୪ ହଜାର ଅଭିଯୋଗ ଆସିଛି । ଦିନକୁ ଦିନ ସାଇବର ଠକେଇ ବଢୁଥିବାରୁ ଟେଲିକମ ବିଭାଗ ଏଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।