ଟିକେଟ କଟିବା ପରେ ସରଗରମ ନିମାପଡ଼ା ରାଜନୀତି ,୩୦ ତାରିଖ ଯାଏ ଅପେକ୍ଷା କରିବାକୁ କର୍ମୀ ସମ୍ମିଳନୀରେ ଉଠିଲା ଦାବି ।

1,054

କନକବ୍ୟୁରୋ:ନିମାପଡ଼ା ଆସନ ପାଇଁ ସରିଛି ବିଜେଡି ପ୍ରାର୍ଥୀ ଘୋଷଣା । ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କ ଉପରେ ଭରସା କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ଟିକେଟ କଟିବା ପରେ ଏବେ ନିଜ କର୍ମୀ ଓ ସମର୍ଥକଙ୍କୁ ଏକାଠି କରି ପ୍ରାର୍ଥୀ ପରିବର୍ତନ ସହ ଟିକେଟର ପୁନଃ ବିଜାର ପାଇଁ ଲାଗିଛନ୍ତି ସମୀର ।

ସେପଟେ ଦିଲ୍ଲୀପ ଦଳୀୟ ସଭା ସହ ମିଶ୍ରଣ ପର୍ବ କରାଇ ନିଜର ଶକ୍ତି ବଢ଼ାଉଛନ୍ତି । ଜୋନ ୧୮ରେ ବିଜେଡିର ବଡ଼ ସଭା ଆୟୋଜନ ହୋଇଥିଲେ ବି ଏଥିରେ ସମୀର ଦାସଙ୍କ ଫଟୋ ଦେଖିବାକୁ ମିଳି ନଥିଲା । ଅନ୍ୟପଟେ ଏହି ସଭାରେ ସବୁ ରାଗ ଭୁଲି ନିମାପଡ଼ାର ବିକାଶ ପାଇଁ ଏକାଠି ହୋଇ କାମ କରିବାକୁ ସମୀରଙ୍କୁ ଆହ୍ୱାନ କରିଛନ୍ତି ଦିଲ୍ଲୀପ । ତେବେ ଦିଲ୍ଲୀପଙ୍କ ଏହି ଅନୁରୋଧ ସ୍ପଷ୍ଟ କରୁଛି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବୋଧେ ସମୀର ତାଙ୍କୁ ସହଯୋଗ କରୁ ନାହାନ୍ତି ।