ନିଜ ବାଡିରେ ତଟକା ପରିବା ଫଳାଇଛନ୍ତି ମହିଳା । ସରକାରଙ୍କ ମୋ ବଗିଚା ଯୋଜନାରେ ସାମିଲ ହୋଇଛନ୍ତି ପୋଲସରାର ମହିଳା ଏସଏଚଜି ।

88

କନକ ବ୍ୟୁରୋ: ମହିଳାଙ୍କ ମୋ ବଗିଚା । ନିଜ ବାଡିରେ ଫଳାଇଛନ୍ତି ତଟକା ପରିବା । ଗଞ୍ଜାମ ପୋଲସରା ବ୍ଲକ ଲକ୍ଷ୍ମଣପଲ୍ଲୀରେ ପନିପରିବା ଚାଷ କରି ପରିବାର ଚଳାଉଛନ୍ତି ମହିଳା । ସରକାରଙ୍କ ମୋ ବଗିଚା ଯୋଜନାରେ ସାମିଲ ହେବା ସହିତ ନିଜ ଘର ପଛପଟ ଜମିରେ ଫୁଲକୋବି, ଝୁଡଙ୍ଗ, କଲରା, କଦଳି, କଖାରୁ, ବିନସ ସାଙ୍ଗକୁ ବହୁ ପରିବା ଚାଷ କରିଛନ୍ତି ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।

ସକାଳୁ ଉଠି ଘରର କାମ ସାରି ଗ୍ରୁପର ସମସ୍ତ ସଦସ୍ୟମାନେ ବଗିଚାରେ ଲାଗିପଡନ୍ତି । ମାଟି କୋଡିବା ଠାରୁ ଆରମ୍ଭ କରି ଗଛ ଲଗାଇବା, ପାଣି ଦେଇ ଗଛର ଯତ୍ନ ନେବା ସହ ଉତ୍ପାଦିତ ପରିବା ତୋଳିବା କାମ ନିଜେ କରନ୍ତି ଏହି ମହିଳାମାନେ । ବିନା ସାରରେ ପରିବା ଉତ୍ପାଦନ ହେଉଥିବା ବେଳେ ଗ୍ରୁପ୍ର ଦଶ ଜଣ ମହିଳାଙ୍କ ପରିବାର ବେଶ ଖୁସିରେ ଚଳିଯାଏ ।

ସ୍ୱୟଂ ସହାୟକ ଗୋଷ୍ଠୀକୁ ସରକାର ଯୋଗାଇ ଦେଉଥିବା ଅର୍ଥକୁ ସଠିକ୍ ଦିଗରେ ବିନିଯୋଗ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ମାଆ ତାରିଣୀ ମହିଳା ଏସଏଚଜି ଗ୍ରୁପ୍ର ସଦସ୍ୟ ।