ଆଇଏଏସ୍ ୨୦୨୩ ପରୀକ୍ଷା ଫଳାଫଳରେ ଆପ୍ଟି ପ୍ଲସର ବାଜିମାତ୍…

50

କନକ ବ୍ୟୁରୋ: ଆଇଏଏସ୍ ୨୦୨୩ର ପାଖାପାଖି ୧୧୦୫ ପଦବୀର ବିଜ୍ଞପ୍ତି ଆସିଥିଲା । ଆଉ ଏହି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଆପ୍ଟି ପ୍ଲସର ଆଇିଜିପି ପ୍ରୋଗ୍ରାମ ନେଇ ସର୍ବଭାରତୀୟ ସ୍ତରରେ ଆଦିତ୍ୟ ଶ୍ରୀବାସ୍ତବ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ଏଥିସହ ଅନ୍ୟାନ୍ୟ ରାଙ୍କ୍ -୧୬, ୬୪,୭୫,୮୪,୮୬ ଇତ୍ୟାଦି ସ୍ଥାନରେ ରହିଛନ୍ତି । ଓଡ଼ିଶାରେ ଆପ୍ଟି ପ୍ଲସରୁ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଛାତ୍ରଛାତ୍ରୀ ଆପ୍ଟି ପ୍ଲସର ବିଭିନ୍ନ ଗାଇଡାନ୍ସ ପ୍ରୋଗ୍ରାମ ନେଇ ସର୍ବଭାରତୀୟ ସ୍ତରରେ ରାଙ୍କ୍-୧୬ରେ ଅୟାନ୍ ଜୈନ ରହିଥିବାବେଳେ, ଓଡ଼ିଶାରୁ ରାଙ୍କ୍ ୨୪ରେ ପ୍ରଜ୍ଞାନନ୍ଦ ଗିରି, ରାଙ୍କ୍ ୩୬ରେ ଆୟୁଶୀ ପ୍ରଧାନ, ରାଙ୍କ୍ ୧୧୦ରେ ଅମୃତାଂଶୁ ନାୟକ, ରାଙ୍କ୍ ୪୦୯ରେ ସନ୍ତୋଷ କୁମାର ପାତ୍ର ଏବଂ ରାଙ୍କ୍ ୫୯୧ରେ ସାଇରାଜ୍ ମିଶ୍ର ୨ ବର୍ଷ ସିଜିପି ପ୍ରୋଗ୍ରାମ୍ ନେଇ ଉତ୍ତୀର୍ଣ୍ଣ ହୋଇ ଆପ୍ଟି ପ୍ଲସକୁ ଗର୍ବିତ କରିଛନ୍ତି ।

ତେବେ ଆଇଏଏସ୍ ପରୀକ୍ଷା ୨୦୨୨ରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ସଫଳତା ପାଇବା ସହ ସର୍ବ ଭାରତୀୟ ସ୍ତରସରେ ଗରିମା ରାଙ୍କ୍-୨, ଓଡିଆ ଛାତ୍ରୀ କସ୍ତୁରୀ ପଣ୍ଡା ରାଙ୍କ୍-୬୭, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ରାଙ୍କ୍-୨୪୮, ଅୟୁଷୀ ପ୍ରଧାଙ୍କ୍ରାଙ୍କ୍-୩୩୪, ତେଜସ୍ୱିନୀ ବେହେରା ରାଙ୍କ୍ ୫୧୬ରେ ସ୍ଥାନ ପାଇ ଆପ୍ଟି ପ୍ଲସକୁ ଗର୍ବିତ କରିଥିଲେ । ଏଥିସହ ଭାରତୀୟ ତଥା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୪-୨୫ ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆପ୍ଟି ପ୍ଲସର ୨ମାସର ଅତିରିକ୍ତ NCERT FOUNDATION COURCE ସହ ADVANCE LEVELର ପାଠ୍ୟକ୍ରମ ଦିଆଯାଉଅଛି । ସମସ୍ତ ପ୍ରକାର ଆବଶ୍ୟକୀୟ ପାଠ୍ୟ ପୁସ୍ତକ, ଲାଇବ୍ରେରୀ ସୁବିଧା ଛାତ୍ରଛାତ୍ରୀ ମାନଙ୍କ ପାଇଁ ହଷ୍ଟେଲ୍ ଇତ୍ୟାଦତ ସୁବିଧା ମଧ୍ୟ ସଯାଗାଇ ଦିଆଯାଉଛି ଏବଂ ଏଠାରେ ଦିଲ୍ଲୀର ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି । ଆପ୍ଟି ପ୍ଲସର ନିର୍ଦ୍ଦେଶକ ଡ. ସୁସିଜିତ୍ ସାହୁ ଉତ୍ତୀର୍ଣ୍ବ ଛାତ୍ରଛାତ୍ରୀ, ଅଭିଭାବକ, ତଥା ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ସଫଳତାର ଧାରା ଆଗକୁ ଜାରି ରହିବ ଏଥିପାଇଁ ଆପ୍ଟି ପ୍ଲସ ସଂକଳ୍ପବଦ୍ଧ ବୋଲି ମତ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଆପ୍ଟି ପ୍ଲସରେ ଓଏଏସ୍ ଏବଂ ଆଇଏଏସ୍ ପ୍ରିଲିମ୍ସ ଟେଷ୍ଟ ସିରିଜ୍ ପାଇଁ ନାମଲେଖା ଚାଲୁ ରହିଛି ।