କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ।

63

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର । ବୁଧବାର ଆନ୍ଧ୍ର ବିରୋଧରେ ରାଜ୍ୟ ସରକାର ଅଦାଲତ ଅବମାନନା ମାମଲା ରୁଜୁ କରିବା ସହିତ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ୧୯୬୮ରେ ଏନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ରହିଥିଲା । ୨୦୦୬ରେ ପୂର୍ଣ୍ଣାଙ୍ଗ ରାୟରେ ବି ସ୍ଥିତାବସ୍ଥା ବଜାୟ ପାଇଁ କୋର୍ଟ କହିଥିଲେ । ହେଲେ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶ ସରକାର ଓଡିଶା ସୀମାନ୍ତ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିପାଇଁ କିଛି ଓଡିଆ ଲୋକ ପ୍ରାର୍ଥୀପତ୍ର ଦାଖଲ କରିଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏବେ ଏହି ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।