ନୂଆପଡ଼ାରେ ଭିକେ ପାଣ୍ଡିଆନଙ୍କ ପ୍ରଚାର, ମିନି ଷ୍ଟାଡିଅମରେ ଜନସଭାକୁ ସମ୍ବୋଧନ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ ।

208

କନକବ୍ୟୁରୋ : ତୃତୀୟ ଦିନରେ ପ୍ରଚାର ମଇଦାନରେ ପାଣ୍ଡିଆନ । ଖଡିଆଳ ରୋଡରୁ ନୂଆପଡା ୧୨ କିଲୋମିଟର, ବିରାଟ ରୋଡ ଶୋ କରିଛନ୍ତି । ଜନତାଙ୍କୁ ସମ୍ବୋଧନ କରିଥିଲେ । ପ୍ରଚାର ବେଳେ ବିଜେପିକୁ ଟାର୍ଗେଟ କରିଛନ୍ତି । ଆପଣଙ୍କ ଜୋଶ ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜୁଛି । ନା ଡବଲ, ନା ସିଙ୍ଗଲ, ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ । ଡବଲ ଇଞ୍ଜିନ ଯଦି ଏତେ ଭଲ, ତାହେଲେ ପଡୋଶୀ ଛତିଶଗଡରେ ବାରମ୍ବାର ଇଞ୍ଜିନ ବଦଳୁଛି କାହିଁକି ?

ତେଣୁ ସବୁବେଳେ କୁହେ ଓଡିଶାରେ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ । ନବୀନ ଇଞ୍ଜିନ ସବୁଠାରୁ ମଜବୁତ । ଏଥିସହ ହୋଇଥିବା ପ୍ରୋଜେକ୍ଟ କଥା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ଜିଲ୍ଲାଗସ୍ତରେ ଆସିଥିଲୁ, ମୁଖ୍ୟମନ୍ତ୍ରୀ ଆମକୁ ଆପଣଙ୍କ ଦରଖାସ୍ତ ଉପରେ କଣ କାମ ହୋଇଛି ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି । କୋଭିଡ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ନୂଆପଡା ଆସିଥିଲି, ।

ହସ୍ପିଟାଲ ଉନ୍ନତି କଥା ବୁଝିକରି ଯାଇଥିଲି। ନୂଆପଡାରେ ଯୋଗେଶ୍ୱର ମନ୍ଦିର ପାଇଁ ୪ କୋଟି, ସୁନାଦେଇ ମନ୍ଦିର ପାଇଁ ୨.୬୦ କୋଟି କୋନାବିରା ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୪୨ କୋଟି, ଆଉ ୫ଟି ମେଗା ଲିଫ୍ଟ ପାଇଁ ୧୩୨ କୋଟି ଘାଟିପଡାରୁ ସିନାପାଲ୍ଲୀ ବିଜୁ ଏକ୍ସପ୍ରେସ ୨୦୮ କୋଟି ହୋଇଛି । ଏମିତି ଗୁଡିଏ ପ୍ରୋଜେକ୍ଟ ଅନୁରୋଧ କରିଥିଲେ ତାହା ସବୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କରିଛନ୍ତି । ଏଥିସହ ଜନତା ମାନଙ୍କୁ କିଛି ଯୋଜନା ସମ୍ଫର୍କିତ ପ୍ରଶ୍ନ କରିବା ସହ ଜନତାଙ୍କ ଠାରୁ ଆର୍ଶିବାଦ ଲୋଡିଛନ୍ତି ।