ଏବେବି ଫସି ରହିଛନ୍ତି ୩୦ରୁ ଅଧିକ ଶ୍ରମିକ । ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ, ଶତାଧିକ ନିଖୋଜ ।

46

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ । ତପୋବନର ଦ୍ୱିତୀୟ ଟନେଲରେ ୩୦ରୁ ଅଧିକ ଶ୍ରମିକ ଫସିଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି । ରବିବାର ଭୟାନକ ହିମସ୍ଖଳନକୁ ୩ ଦିନ ବିତିଗଲାଣି । ତେଣୁ ମାଟିତଳେ କିମ୍ବା ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକ ମାନଙ୍କ ଅବସ୍ଥିତିକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଏମାନଙ୍କୁ ଖୋଜିବା ପାଇଁ ଲାଗିପଡିଛନ୍ତି ଉଦ୍ଧାରକାରୀ ଦଳ । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏମଆଇ-୧୭ ଓ ଚିନୁକ ହେଲିକପ୍ଟର ।

ଉତ୍ତରାଖଣ୍ଡ ପ୍ରଳୟକୁ ତିନି ଦିନ ବିତିଯାଇଥିଲେ ସୁଦ୍ଧା ଜାରି ରହିଛି ଉଦ୍ଧାରକାର୍ଯ୍ୟ । ରବିବାର ହିମସ୍ଖଳନ ପରେ ଶତାଧିକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି । ଦ୍ୱିତୀୟ ଟନେଲରୁ ଅବରୋଧ ହଟାଇ ଶ୍ରମିକମାନଙ୍କ ପାଖରେ ପହଞ୍ଚିବା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ରବିବାର ଘଟିଥିବା ଭୟାନକ ହିମସ୍ଖଳନକୁ ୩ ଦିନ ବିତିଗଲାଣି । ତେଣୁ ମାଟିତଳେ କିମ୍ବା ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକ ମାନଙ୍କ ଅବସ୍ଥିତିକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଏମାନଙ୍କୁ ଖୋଜିବା ପାଇଁ ଲାଗିପଡିଛନ୍ତି ଉଦ୍ଧାରକାରୀ ଦଳ । ଏବେ ସୁଦ୍ଧା ୩୨ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ୧୯୦ରୁ ଅଧିକ ଲୋକଙ୍କ ପତା ମିଳୁନି । ମୃତକଙ୍କ ମଧ୍ୟରୁ ୨ଜଣ ପୋଲିସ କର୍ମୀ ଓ ଅନ୍ୟ ୬ଜଣଙ୍କର ପରିଚୟ ମିଳିଥିବା ବେଳେ ୨୪ଜଣଙ୍କ ପରିଚୟ ମିଳିନାହିଁ ।

ଉଦ୍ଧାରକାର୍ଯ୍ୟରେ ବାୟୁସେନାର ଭୂମିକା ବେଶ ଗୁରୁତ୍ୱ ବହନ କରୁଛି । ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି ଏମଆଇ-୧୭ ଓ ଚିନୁକ । ହେଲିକପ୍ଟର ସାହାଯ୍ୟରେ ଯୋଶୀମଠରୁ ନେଇ ଚମୋଲୀର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଖୋଜା ଯାଉଛି । ଏସଡିଆରଏଫ, ଏନଡିଆରଏଫ, ଆଇଟିବିପି ଯବାନ ଗତ ୩ ଦିନ ହେବ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । କଟର ସାହାଯ୍ୟରେ ଟନେଲ ଭିତରକୁ କାଟି ପ୍ରବେଶ କରିବାକୁ ପ୍ରୟାସ ଚଳାଇଛନ୍ତି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଯବାନ ।

ଅଢେଇ କିଲୋମିଟର ଲମ୍ବା ଟନେଲରେ ଭର୍ତି ହୋଇଥିବା ପାଣି ଓ କାଦୁଅକୁ ସଫା କରି ଭିତରକୁ ଯିବାରେ ଅନେକ ସମୟ ଲାଗିଯାଉଛି । ଏହି ଟନେଲ ଭିତରେ ୩୦ରୁ ୩୫ଜଣ ଶ୍ରମିକ ଫସିରହିଥିବା ସୂଚନା ରହିଛି । ତେବେ ସମୟ ଯେତିକି ଗଡି ଗଡି ଯାଉଛି ଆଶଙ୍କା ସେତିକି ବଢି ବଢି ଚାଲିଛି ।

ସେପଟେ ଏହି ବିପର୍ଯ୍ୟୟ ପରେ ପ୍ରାୟ ୧୨ରୁ ୧୩ଟି ଗାଁକୁ ସମ୍ପୂର୍ଣର୍ ଭାବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କୁ ରାସନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏବଂ ଶୀଘ୍ର ଏକ ଅସ୍ଥାୟୀ ପୋଲ ନିର୍ମାଣ କରିବାର ଯୋଜନା କରାଯାଉଛି । ଉତ୍ତରାଖଣ୍ଡରେ ଆସିଥିବା ଏହି ପ୍ରଳୟ ଗୋଟିଏ କଥା କହୁଛି, ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆସେ, କାହାକୁ କହି ଆସେନି ଆଉ ଥରେ ଆସିଲେ ଏମିତି ଚିହ୍ନ ଛାଡେ ଯାହାକୁ ଭୁଲିହୁଏନି ।