କେନ୍ଦୁଝରରେ ଖଣି ଶ୍ରମିକ ଛଟେଇର ପ୍ରତିବାଦ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୁଲିସ-ଶ୍ରମିକ ଧସ୍ତାଧସ୍ତି  । କୋଭିଡ କଟକଣା ବେଳେ ଶତାଧିକ ଶ୍ରମିକଙ୍କ ମେଳି ହଟାଇବାକୁ ବଳ ପ୍ରୟୋଗ କରିଥିଲା ପୁଲିସ । 

129

କନକ ବ୍ୟୁରୋ : କେନ୍ଦୁଝରରେ କରୋନା କାଳରେ ଖଣି ଚାଲୁଥିବା ବେଳେ ଶ୍ରମିକଙ୍କ ଛଟେଇକୁ ନେଇ ପ୍ରତିବାଦ । ଆଜି ଶତାଧିକ ଖଣି ଶ୍ରମିକ ଏକଜୁଟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି । ତେବେ କୋଭିଡ କଟକଣା ସମୟରେ ସଂଖ୍ୟାଧିକ ଶ୍ରମିକଙ୍କ ମେଳିକୁ ହଟାଇବା ପାଇଁ ପୁଲିସ ବଳ ପ୍ରୟୋଗ କରିଥିଲା ।

ହକ ପାଇଁ ଲଢେଇ କରୁଥିବା ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ ଖଣି ଶ୍ରମିକମାନେ । ଫଳରେ ଜିଲ୍ଲାପାଳଙ୍କ କାଯ ର୍୍ୟାଳୟ ଆଗରେ ପୁଲିସ ଓ ଶ୍ରମିକଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା ।  ଏହାପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମାଜିଷ୍ଟ୍ରଟଙ୍କ ସହ ପୁଲିସ ଆସି ଆନ୍ଦୋଳକାରୀ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ।  ଯୋଡା ଖଣି ଅଂଚଳର ତ୍ରିବେଣୀ ଓ ଏମଟିଏଲଏଲ କଂପାନୀରୁ ଶ୍ରମିକଙ୍କୁ ବିନା କାରଣରେ ଛଟେଇ କରାଯାଉଥିବା ଅଭିଯୋଗରେ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ଶ୍ରମିକମାନେ ।