ଗୁଣୁପୁର ଓକିଲଗୁଡା ପଥରଖାଦାନ ବେଆଇନ ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟଣା । ତହସିଲଦାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ସୁପାରିଶ । ଆସିସଷ୍ଟାଂଟ ଆରଆଇ ନିଲମ୍ବିତ । 

52

କନକ ବ୍ୟୁରୋ : ରାୟଗଡା ଜିଲ୍ଲା ଗୁଣୁପୁର ଓକିଲଗୁଡା ପଥର ଖାଦାନରେ ବେଆଇନ୍ ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଘଟଣାର ତଦନ୍ତ କରି ଗୁଣୁପୁର ତହସିଲଦାରଙ୍କ  ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠନ ପାଇଁ ସୁପାରିଶ କରିଛନ୍ତି ଜିଲ୍ଲାପାଳ । ଏହାସହ ଏହି ଘଟଣାରେ ଗୁଣୁପୁର ଏଆରଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଗୁଣୁପୁର ସଦର ଆରଆଇ ଓ ଏଆରଆଇଙ୍କୁ ବହିଷ୍କାର ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାୁପାଳ ।

ଗତ ଶୁକ୍ରବାର ଅର୍ଥାତ୍ ୧୬ ତାରିଖରେ ଓକିଲଗୁଡା ପଥର ଖାଦାନରେ ବିସ୍ଫୋରଣ ହୋଇଥିଲା । ଏଥିରେ ୩ ଜଣ ଶ୍ରମିକଙ୍କୁ ମୃତ୍ୟୁ ହୋଇଛି । ଏହାପରେ ପ୍ରଶାସନ ତଦନ୍ତ ଆମମ୍ଭ କରିଥିଲା । ପରିବେଶ ମଂଜୁରୀ, ବ୍ଲାଷ୍ଟିଂ ଅନୁମତି ନଥାଇ ଚାଲିଛି ପଥର ଖାଦାନ । ରାୟଗଡା ଜିଲ୍ଲା ମାଓ ପ୍ରଭାବିତ ଅଂଚଳ ହୋଇଥିବାରୁ ବ୍ଲାଷ୍ଟିଂ ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ ।

ହେଲେ ପଥର ଖାଦାନ ଲିଜ ନେଉଥିବା ଠିକାଦାର ଲୁଚାଛପାରେ ଆନ୍ଧ୍ର ପ୍ରଦେଶରୁ ଜିଲୋଟିନ୍, ଡିଟୋନେଟର ସହ ବହୁ ବିସ୍ଫୋରକ ସାମଗ୍ରୀ ଆଣି ବେଆଇନ୍ ବ୍ଲାଷ୍ଟିଂ କରୁଛନ୍ତି । ଯାହାର କରୁଣ ପରିଣତି ଭୋଗୁଛନ୍ତି ଖାଦାନରେ କାମ କରୁଥିବା ଶ୍ରମିକ ।