ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଓ ବୈଭବ ରେଖିଙ୍କ ବାହାଘର କରାଇଲେ ମହିଳା ପଣ୍ଡିତ । ଜାଣିଲା ପରେ ଲୋକେ କହିଲେ ଏମିତି ….

272

କନକ ବ୍ୟୁରୋ : ଗତ ୧୫ ତାରିଖ ଦିନ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଦିୟା ମିର୍ଜାଙ୍କ ସହ ବ୍ୟବସାୟୀ ବୈଭବ ରେଖିଙ୍କର ବିଭାଘର ଅନୁଷ୍ଠିତ ହୋଇଯାଇଛି । ଏହା ଦିୟାଙ୍କର ଦ୍ୱିତୀୟ ବାହାଘର ଥିଲା । ଏହି ବାହାଘର ଦିୟାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ସମ୍ପର୍ଣ୍ଣ ହୋଇଥିଲା । ଏହି ବିଭାଘରରେ ଉଭୟ ବର ଓ କନ୍ୟାଙ୍କ ପରିବାର ଲୋକ ସହ କିଛି ନିକଟତର ବନ୍ଧୁ ସାମିଲ ହୋଇଥିଲେ । ଏହା ତ ବାହାଘର ଚଳଣି । ହେଲେ ବାହାଘରରେ ଦିୟା ଏମିତି ଏକ କାମ କରିଛନ୍ତି ଯାହାକୁ ନେଇ ଏବେ ଚାରିଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । କହିରଖୁ କି ଦିୟା ମିର୍ଜା ସବୁବେଳେ ନାରୀ ସଶକ୍ତିକରଣ ସହ ମହିଳାଙ୍କ ଅଧିକାରକୁ ନେଇ ଛିଡା ହୋଇଥାନ୍ତି ।

ଆମେ ମାନେ ବାହାଘର ପାଇଁ ଯେତେବେଳେ ପଣ୍ଡିତଙ୍କୂୁ ଡାକି ଥାଉ ଏହା ନିଶ୍ଚିନ୍ତ ଯେ ସେ ଜଣେ ପୁରୁଷ ପଣ୍ଡିତ ହୋଇଥିବେ । ହେଲେ ଦିୟା ତାଙ୍କ ବିଭାଘର ସମ୍ପର୍ଣ୍ଣ କରିବାକୁ ଜଣେ ମହିଳା ପଣ୍ଡିତଙ୍କୁ ଡାକିଥିଲେ । ମହିଳା ପଣ୍ଡିତ ଜଣଙ୍କ ବି ଠିକ୍ ସମୟରେ ପହଂଚି ଦିୟାଙ୍କର ବିବାହ କାର୍ଯ୍ୟ ସଂପାଦନ କରିଥିଲେ । ଏହି ଫଟୋ କୁ ଦିୟା ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଏବେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହାସହ ଏହି ଫଟୋ ଦେଖି ଅନେକ ଲୋକ ଦିୟାଙ୍କୁ ପ୍ରଶଂସା କରିଛନ୍ତି ।

ଏହି ଫଟୋ ପୋଷ୍ଟ କଲା ବେଳେ ଦିୟା ବି ମହିଳା ପଣ୍ଡିତ ଜଣଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି କି ମହିଳା ପଣ୍ଡିତ ଶିଳା ଅଟ୍ଟା ଆମ ବାହାଘର କରିଥିବାରୁ ତାଙ୍କୁ ଧନ୍ୟବାଦ । ଏହା ସହ ସେ ଲେଖିଛନ୍ତି କି ଆମେ ମାନେ ଏଭଳି କରିବା ଦ୍ୱାରା ପୀଢି ସମାନତା ଆଗକୁ ବଢିବ ।
କହିରଖୁ କି ଦିୟା ବୈଭବଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ଉଭୟ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ବି ସେମାନଙ୍କ ବାହାଘର ବହୁତ ସାଧାରଣ ତରିକାରେ ଅନୁଷ୍ଠିତ ହୋଇଛି । ଏହା ସହ ବାହାଘର ବେଳର ଅନ୍ୟ କିଛି ଫଟୋ ସେୟାର କରି ଦିୟା ଲେଖିଛନ୍ତି କି “ଲଭ୍ ଏକ୍ ଫୁଲ୍ ସର୍କଲ, ଯାହାକୁ ଆମେ ଘର ବୋଲି କହିଥାଉ, ଘରର କବାଟ ଖଟ୍ ଖଟ୍ କଲେ ଶବ୍ଦ ଶୁଣି ଆପଣ ଯେତେବେଳେ ଘରର କବାଟ ଖୋଲନ୍ତି ଆପଣଙ୍କ ପ୍ରେମ ସହ ଆପଣଙ୍କର ଦେଖା ହୋଇଥାଏ”