କର୍ଲାପାଟ ହାତୀ ମଡ଼କ ଘଟଣାର କାରଣ ଖୋଜିବ କେନ୍ଦ୍ରୀୟ ଟିମ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୪ ଜଣିଆ ବିଶେଷଜ୍ଞ ଦଳ କରିବ ସ୍ଥିତି ଅନୁଧ୍ୟାନ ।

52

କନକ ବ୍ୟୁରୋ: କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୪ ଜଣିଆ ବିଶେଷଜ୍ଞ ଦଳ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣାର ଅନୁଧ୍ୟାନ କରିବେ । ଆସନ୍ତା ୧୮ରୁ ୨୨ ତାରିଖ ଯାଏ ସେମାନେ କର୍ଲାପାଟ ଯାଇ ହାତୀ ମଡ଼କର କାରଣ ଖୋଜିବେ । ପିସିସିଏଫ ଶଶୀ ପଲ ଏନେଇ ସୂଚନା ଦେଇଛନ୍ତି ।

ଡ୍ରୋନ କ୍ୟାମେରା ଓ ଟ୍ରାପ କ୍ୟାମେରା ଦ୍ୱାରା ଅନ୍ୟ ହାତୀଙ୍କ ଗତିବିଧିଙ୍କ ଲକ୍ଷ୍ୟ କରାଯାଉଛି । ଏଥିପାଇଁ ଦୁଇ ପ୍ରକାର ଡ୍ରୋନ ବ୍ୟବହାର କରାଯାଉଛି । ଗୋଟିକରେ ଥର୍ମାଲ ସେନ୍ସର ଲାଗିଛି ଯାହା ରାତିର ଗତିବିଧି ନିରୀକ୍ଷଣ କରିବା ସହିତ ତାପମାତ୍ରା ବିଷୟରେ ସୂଚନା ଦେବ । ଅନ୍ୟଟି ହାତୀର ଚଳପ୍ରଚଳ ଉପରେ ନଜର ରଖିବ । ସାହାଣ ରୋଗ ବା ହେମୋରେଜ ସେପ୍ଟିସେମିଆରେ ହାତୀ ମୃତ୍ୟୁ ରାଜ୍ୟରେ ପ୍ରଥମ ଘଟଣା । ଏହି ରୋଗ ସାଧାରଣତଃ ଗାଈ ଗୋରୁଙ୍କୁ ହୋଇଥାଏ । ତେଣୁ ନିକଟରେ ଥିବା ଜନବସତିର ସମସ୍ତ ଗାଈଗୋରୁଙ୍କୁ ଟିକା ଦିଆଯାଉଛି । ହାତୀ ବ୍ୟବହାର କରୁଥିବା ଜଳାଶୟକୁ ମଧ୍ୟ ବିଶୋଧନ କରାଯାଉଛି ବୋଲି କହିଛନ୍ତି ପିସିସିଏଫ ।